Home ଓଡ଼ିଶା ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ପରଲୋକ

ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ପରଲୋକ

1596

ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ଏଭରେଷ୍ଟ ଆରୋହୀ କଳ୍ପନା ଦାସଙ୍କ ପରଲୋକ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଏଭରେଷ୍ଟ ଚଢ଼ିବା ପାଇଁ ଯାଇଥିଲେ କଳ୍ପନା। ତେବେ ଏହି ଦୁଃଖ ଖବର ଆଜି ପହଁଚିଛି। ଏଭରେଷ୍ଟର ଉତ୍ତୁଙ୍ଗ ଶିଖରକୁ ଛୁଇଁବାକୁ ଅଦମ୍ୟ ଇଚ୍ଛା ନେଇ ପୁଣିଥରେ ଅଭିଯାନ ଆରମ୍ଭ କରିଥିଲେ ଢେଙ୍କାନାଳର ଦୁଃସାହସିକା କ୍ରୀଡ଼ାବିତ୍‌ କଳ୍ପନା ଦାଶ। ନେପାଳର କାଞ୍ଚତ୍ମାୟା ତମାଙ୍ଗ ଏବଂ ଚାଇନାର ଲିଆମୁ ମାଙ୍କ ସହ ସେ ନେପାଳରୁ ଏଭରେଷ୍ଟ ଚଢ଼ିବା ଆରମ୍ଭ କରିଥିବାବେଳେ ଅଭିଯାତ୍ରୀ ଦଳର ସଦସ୍ୟମାନେ ୩ନଂ. ବେସ୍‌ କ୍ୟାମ୍ପରେ ପହଞ୍ଚତ୍ସାରିଥିଲେ। ରବିବାର କ୍ୟାମ୍ପରୁ ଭାରତୀୟ ଶାଢ଼ି ପିନ୍ଧି କଳ୍ପନା ନିଜର ଫଟୋ ହ୍ବାଟ୍ସଆପ୍‌ରେ ଶେୟାର କରିବା ସହ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, କଳ୍ପନା ଦାଶ ୨୦୦୮ରେ ଏଭରେଷ୍ଟ ଆରୋହଣ କରିଥିଲେ। ଏହାକୁ ବାଦ୍‌ ଦେଲେ ସେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ପର୍ବତ ଆରୋହଣ କରିଛନ୍ତି।

 

 

 

 

Kalpana Das (right) along with Kanchhi Maya Tamang at Everest base camp. Courtesy: Dreamers destination treks

 

https://twitter.com/NabinNanda/status/1131588945278464000

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.