ଭୁବନେଶ୍ଵର,୦୭/୦୯,(ଓଡ଼ିଆ ପୁଅ ପି ନାୟକ): ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଗାଡି ଚଳାଇବାକୁ ଡରିଲେଣି ଚାଳକ । ଗାଡିର ଦାମ୍ ଯେତିକି ନୁହେଁ ଏବେ ଫାଇନ୍ ଦେବାକୁ ପଡୁଛି ସେତିକି । ଲୋକମାନେ ଭୟରେ ଗାଡି ବାହାରକୁ ନେଇ ଯାଉନାହାନ୍ତି । ଏଭଳି ପରିସ୍ଥିତିରେ ଭୁବନେଶ୍ବର ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି ।
ନୂଆ ଟ୍ରାଫିକ୍ ନିୟମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ସିପି । ଏବେ କେବଳ ୫ଟି ଜିନିଷଙ୍କୁ ନେଇ ଫାଇନ୍ ହେବ । ସେଗୁଡିକ ହେଲା…
୧.ତିନି ଜଣଙ୍କୁ ଗାଡିରେ ବସାଇଲେ
୨.ମଦ ପିଇ ଗାଡିଚଳାଇଲେ
୩.ମୋବାଇଲରେ କଥା ହେଲେ
୪.ସିଟ୍ ବେଲ୍ଟ ନବାନ୍ଧିଲେ
୫.ହେଲମେଟ୍ ନପିନ୍ଧିଲେ
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ସାରା ଦେଶରେ କଡାକଡି କରାଯାଇଥିବା ବେଳେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ପାଳନ କରାଯାଉଛି ।