Home ଓଡ଼ିଶା ଅଶାନ୍ତ କାଶ୍ମୀର ଘାଟି

ଅଶାନ୍ତ କାଶ୍ମୀର ଘାଟି

831

ଜମ୍ମୁକାଶ୍ମୀର,୦୭/୦୯,(ଓଡ଼ିଆ ପୁଅ ପି ନାଏକ): କାଶ୍ମୀରରେ ଅନ୍ତୋଷ ବଢ଼ିବାରେ ଲାଗିଛି। ଶନିବାର ସକାଳେ କାଶ୍ମୀରର ସୋପୋରସ୍ଥିତ ଡାଙ୍ଗରପୋରାରେ ଜଣଙ୍କ ଘରେ ଆତଙ୍କବାଦୀ ପଶି ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଶିଶୁ ସମେତ ପରିବାରର ଚାରିଜଣ ସଦସ୍ୟ ଗୁରୁତର ଆହାତ ହୋଇଛନ୍ତି। ଶନିବାର ଦିନ ପାକିସ୍ତାନ ପଟୁ ଅସ୍ତ୍ରବିରତି ଆଇନ ଉଲଂଘନ କରାଯାଇଥିଲା।ଭାରତୀୟ ଯବାନ ମଧ୍ୟ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି।

ସେନା ମୁଖପାତ୍ରଙ୍କ କହିବା ଅନୁସାରେ, ଶନିବାର ସକାଳ ୭.୪୫ ଟାରେ ପାକିସ୍ତାନର ସେନା  କୃଷ୍ଣଘାଟିର ଚେକପଏଣ୍ଟ ଓ  ଆଖପାଖ ଅଞ୍ଚଳରେ ଥିବା ଗାଁଗୁଡିକୁ ଟାର୍ଗେଟ କରି ମୋର୍ଟାର ମାଡ କରିଥିଲେ।ସେପ୍ଟେମ୍ବର ୧ ତାରିଖରେ ପାକିସ୍ତାନ ମଧ୍ୟ ଅସ୍ତ୍ର ବିରତି ଉଲଂଘନ କରି ଗୁଳି ଚାଳନା କରିଥିଲା। ଏଥିରେ ଜଣେ ଭାରତୀୟ ଯବାନ ସହିଦ୍ ହୋଇଥିଲେ।

ଶାହପୁର-କେରନୀ ସେକ୍ଟରର ଚେକ୍‌ ପଏଣ୍ଟସ ଓ ପାଖ ଅଞ୍ଚଳରେ ଥିବା ଗାଁ ଗୁଡିକୁ ଟାର୍ଗେଟକରି ଆତଙ୍କବାଦୀ ଗୁଳି ଚାଳନା ସହ ମୋର୍ଟାର ମାଡ କରୁଛନ୍ତି।ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଅସ୍ତ୍ରବିରତି ଆଇନ ଉଲଂଘନ କରି କାଶ୍ମୀରର ୮ଜଣଙ୍କୁ ଗୁଳି କରି ହତ୍ୟା କରିଛି।ଏଥିରେ ୬ଜଣ ଯବାନ ଓ ୨ ଜଣ ସାଧାରଣ ନାଗରିକ ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.