Home ଓଡ଼ିଶା ଓଡ଼ିଶା ପୋଲିସର ୩୫୩ ଜଣ ସହକାରୀ ଉପ ଆରକ୍ଷୀ ନିରୀକ୍ଷକଙ୍କ ପଦୋନ୍ନତି

ଓଡ଼ିଶା ପୋଲିସର ୩୫୩ ଜଣ ସହକାରୀ ଉପ ଆରକ୍ଷୀ ନିରୀକ୍ଷକଙ୍କ ପଦୋନ୍ନତି

130

ଭୁବନେଶ୍ୱର ୭-୯ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମାଙ୍କ ଅନୁମୋଦନ କ୍ରମେ ଓଡିଶା ପୋଲିସରେ କାର୍ଯ୍ୟରତ ୩୫୩ ଜଣ ସହକାରୀ ଉପ ଆରକ୍ଷୀ ନିରୀକ୍ଷକ (Asst. Sub-Inspector) ଙ୍କୁ ଉପ ଆରକ୍ଷୀ ନିରୀକ୍ଷକ (Sub-Inspector) ପଦବିକୁ ପଦୋନ୍ନତି ପ୍ରଦାନ କରାଯାଇଛି। ଓଡ଼ିଶା ପୋଲିସର କେନ୍ଦ୍ରୀୟ ମନୋନୟନ ବୋର୍ଡ (Central Selection Board) ତା ୬.୯.୨୦୧୯ ରିଖରେ ଏହି ପଦୋନ୍ନତିକୁ ସ୍ୱୀକୃତି ପ୍ରଦାନ ପରେ ଏ ବାବଦରେ ଏକ କାର୍ଯ୍ୟାଳୟ ଆଦେଶନାମା ଆଜି ପ୍ରକାଶ ପାଇଛି। ପଦୋନ୍ନତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୭୩ ଜଣ ସାଧାରଣ ବର୍ଗର ଯୁବା ବେଳେ ୬୭ ଜଣ ଅନୁସୂଚିତ ଜାତି ବର୍ଗର ଓ ୧୩ ଜଣ ଅନୁସୂଚିତ ଜନଜାତି ବର୍ଗର ଅଛନ୍ତି। ପଦୋନ୍ନତି ପାଇଥିବା ଏହି ଅଧିକାରୀ ମାନେ ଅନୁଗୁଳଠାରେ ଥିବା ପୋଲିସ ପ୍ରଶିକ୍ଷଣ କେନ୍ଦ୍ର (PTC) ଠାରେ ଛଅ ମାସ ପର୍ଯ୍ୟନ୍ତ ତାଲିମ ଗ୍ରହଣ କରିବେ। ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ପାଇଁ ଯୋଗଦାନ ଦିନଠାରୁ ସେମାନଙ୍କ ପଦୋନ୍ନତିକୁ ଗଣନା କରାଯିବ।
ସେମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପି.ଟି.ସି ଅନୁଗୁଳ ଠାରେ ପ୍ରଶିକ୍ଷଣ ପାଇଁ ହାଜର ହେବାପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।
ସେହିପରି ବିଭାଗୀୟ ପଦୋନ୍ନତି କମିଟିର ଅନୁମୋଦନ କ୍ରମେ ଓଡ଼ିଶା ପୋଲିସର ଜିଲ୍ଲା କ୍ୟାଡରେ କାର୍ଯ୍ୟରତ ୧୩ ଜଣ ବରିଷ୍ଟ ସହାୟକ ଓ କନିଷ୍ଟ ହିସାବ ରକ୍ଷକଙ୍କୁ ହେଡ୍ କ୍ଲର୍କ ପଦବିକୁ ପଦୋନ୍ନତି ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.