Home ଜିଲ୍ଲା ପରିକ୍ରମା ଏବିଭିପି ପକ୍ଷରୁ ଗାଲୱାନରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ଏବିଭିପି ପକ୍ଷରୁ ଗାଲୱାନରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

58

ବାଲେଶ୍ୱର, ୨୦-୬ (ଓଡ଼ିଆ ପୁଅ/ଅଭୟ ଦାସ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଗାଲୱାନ ଘାଟୀର ଚୀନ୍ ସେନାଙ୍କ ଆକ୍ରମଣରେ ସହିଦ ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆୟୋଜିତ ସ୍ମୃତିସଭାରେ ଏବିଭିପି ବାଲେଶ୍ୱର ଜିଲ୍ଲା ପ୍ରମୁଖ ପ୍ରତ୍ୟୁଷ ବେହେରା, ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ର, ନଗର ଉପ-ସଭାପତି ସ୍ମୃତିରଂଜନ ବେହେରା ପ୍ରମୁଖ ଯୋଗଦେଇ ଚୀନ ସରକାରଙ୍କ ଆକ୍ରୋଶମୂଳକ ଅଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ସହିଦ୍ ଭାରତୀୟ ଯବାନ୍‌ଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ଏବିଭିପିର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ। ତେବେ ଚୀନ୍‌କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ପ୍ରତ୍ୟେକ ଭାରତୀୟ ଚାଇନା ସାମଗ୍ରୀ ବର୍ଜନ ପାଇଁ ସେମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସହିଦ୍ ଭାରତୀୟ ଯବାନଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ନିରବ ପ୍ରାର୍ଥନା ମାଧ୍ୟମରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଭିପି ଭୋଗରାଇ ସଂଯୋଜକ ଚିନ୍ମୟ ପଣ୍ଡା, ସହ-ସମ୍ପାଦିକା ଶତାବ୍ଦୀ ଦତ୍ତ, ତାପସ କୁମାର ସାହୁ, ସୁବ୍ରତ କୁମାର ମାଝୀ, ସଂଗ୍ରାମ ବିଶ୍ୱାଳ, ପ୍ରଭାତ କୁମାର ପରିଡ଼ା, ଗୌରାଙ୍ଗ ପରିଡ଼ା ପ୍ରମୁଖଙ୍କ ସମେତ ବହୁ ଛାତ୍ରନେତା ଏଥିରେ ଯୋଗଦେଇ ସହିଦ୍ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.