Home ଜିଲ୍ଲା ପରିକ୍ରମା ଏବିଭିପିର ନିଆରା ଅଭିଯାନ, ସେନାର ଯବାନ ମାନଙ୍କ ପାଇଁ କଲେଜ କ୍ୟାମ୍ପସରୁ ରାକ୍ଷୀ ଓ ଶୁଭେଚ୍ଛା...

ଏବିଭିପିର ନିଆରା ଅଭିଯାନ, ସେନାର ଯବାନ ମାନଙ୍କ ପାଇଁ କଲେଜ କ୍ୟାମ୍ପସରୁ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ

38

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର କାର୍ଯ୍ୟକର୍ତ୍ତା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ପ୍ରୟାସ କରିଛନ୍ତି। ଜିଲ୍ଲାର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ମହିଳା ମହାବିଦ୍ୟାଳୟ, ବାସୁଦେବପୁରର ଅଟଳ ବିହାରୀ ମହାବିଦ୍ୟାଳୟ, ମନ୍ଦାରୀ ମହାବିଦ୍ୟାଳୟ, ଚାନ୍ଦବାଲି ମହାବିଦ୍ୟାଳୟ, ମତୋ ଡିଗ୍ରୀ ମହାବିଦ୍ୟାଳୟ, ଧାମନଗର ମହାବିଦ୍ୟାଳୟ, ବେତାଳୀ ଗାଁ ସ୍ଥିତ ବାବାମଣୀ ମହାବିଦ୍ୟାଳୟରେ ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ବୀର ସୈନିକଙ୍କ ପାଇଁ ‘ରାକ୍ଷୀ ଫର ସୋଲଜର’ ଅଭିଯାନ ମାଧ୍ୟମରେ ରାକ୍ଷୀ ଏବଂ ଶୁଭେଚ୍ଛା ଚିଠି ସଂଗ୍ରହ କରିଛନ୍ତି। ବିଦ୍ୟାର୍ଥୀ ମାନେ ବିଭିନ୍ନ ବିଭାଗ ଏବଂ ଶ୍ରେଣୀ ଗୃହ ବୁଲି ବୁଲି ରାକ୍ଷୀରେ ଘରକୁ ନଆସି ସୀମା ସୁରକ୍ଷାରେ ନିୟୋଜିତ ସୈନିକ ଭାଇ ମାନଙ୍କ ପାଇଁ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ କରିଥିଲେ। ସଂଗ୍ରହ ହୋଇଥିବା ରାକ୍ଷୀକୁ ଡାକ ମାଧ୍ୟମରେ ଯବାନ ଭାଇ ମାନଙ୍କୁ ପଠାଇଛନ୍ତି। ସମସ୍ତ କଲେଜ କ୍ୟାମ୍ପସର ବିଦ୍ୟାର୍ଥୀ ସୀମାରେ ନିୟୋଜିତ ସୈନିକଙ୍କୁ ରାକ୍ଷୀର ଶୁଭେଚ୍ଛା ଦେବା ସହ ସୁରକ୍ଷା କାମନା କରିଥିଲେ। ଏଥିରେ ଏବିଭିପିର ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ସଂଯୋଜକ ବଦ୍ରୀ ମୋହନ ରାଉତ, ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଭଦ୍ରକ ନଗର ସଂଗଠନ ସମ୍ପାଦକ ଗୋପବନ୍ଧୁ ଜେନା, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶ୍ରୀତମ ସାମଲ, ସାର୍ଥକ ନାୟକ, ଅରବିନ୍ଦ ଷଡ଼ଙ୍ଗୀ, ମୃତ୍ୟଞ୍ଜୟ ବିଶ୍ୱାଳ, ରଶ୍ମିପ୍ରଭା ବଳ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ କଲେଜ କ୍ୟାମ୍ପସ କାର୍ଯ୍ୟକର୍ତ୍ତା ଧରିତ୍ରୀ ଦାସ, ତନୟା ଦାସ, ବୈଜୟନ୍ତି ଦାସ, ସ୍ମୃତିରେଖା ଘଡ଼େଇ, ହିମାଂଶୁ ଶେଖର ନାୟକ, କରିସ୍ମା ମଲ୍ଲିକ, ସାଇସ୍ମିତା ଲେଙ୍କା, ପ୍ରକାଶ ମହାରଣା, ବିତସ ପ୍ରଭା ରାଉଳ, ଲକ୍ଷ୍ମୀପ୍ରିୟା ଓଝା, ସୁଶ୍ରୀ ସାମ୍ୟବାଦୀ ରାଉଳ, ବର୍ଷା ପ୍ରିୟଦର୍ଶିନୀ ରାଉତ, ତପନ ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.