Home ଜିଲ୍ଲା ପରିକ୍ରମା ବାଇକ୍‌-ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ବାଇକ୍‌-ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

51

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧ୍ୟାହ୍ନ ସମୟରେ ଆରଡି-ଭଦ୍ରକ ମୁଖ୍ୟ ରାସ୍ତାର କୁଳେଇପଦା ହନୁମାନ ଛକ ନିକଟରେ ଆରଡି ଅଭିମୁଖେ ଆସୁଥିବା ଗେଲେଶ୍ୱର ନାମକ ଯାତ୍ରୀବାହୀ ବସ୍‌କୁ ଏକ ବାଇକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବାବେଳେ ବାଇକ୍ ଚାଳକ ଯୁବକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ ଆଜି ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା ଯାଜପୁର ଜିଲା ମଙ୍ଗଳପୁର ଥାନା ଅଧୀନସ୍ଥ ପାଲଟପୁର ପଂଚାୟତ ମୁରାରୀପୁର ଗାଁର ଯୁବତୀ ଅଂଶୁପା ନାୟକ ଓ ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନ କାଶିମପୁର ଗାଁର ଏମଶାଇ ଦତ୍ତ ଏକ ମୋଟର ସାଇକେଲ୍ ଦ୍ୱାରା ଦୁଇଜଣ ଦ୍ରୁତ ଗତିରେ ଦର୍ଶନ ସାରି ଫେରୁଥିବାବେଳେ ଭାରସାମ୍ୟ ହରାଇ ଆରଡି ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଏମସାଇ ଦତ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ପଠାଇଥିଲେ ସ୍ଥାନୀୟ ଲୋକ ଓ ଆରଡି ପୁଲିସ୍। ଘଟଣାସ୍ଥଳରେ ଗେଲେଶ୍ୱର ନାମକ ଯାତ୍ରୀବାହୀ ବସ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ଆରଡି ପୁଲିସ୍। ଏପରିକି ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.