Home ଅନୁଗୁଳ ଏନ.ଟି.ପି.ସି ତାଳଚେର କଣିହାଁକୁ ‘ଗୋଲ୍ଡେନ ପିକକ୍ ଜାତୀୟ ତାଲିମ ପୁରସ୍କାର’

ଏନ.ଟି.ପି.ସି ତାଳଚେର କଣିହାଁକୁ ‘ଗୋଲ୍ଡେନ ପିକକ୍ ଜାତୀୟ ତାଲିମ ପୁରସ୍କାର’

134

ତାଳଚେର,୧୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ.ଟି.ପି.ସି ଲିମିଟେଡ଼ ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ, ଅନୁଗୋଳ ସମ୍ମାନଜନକ ‘ଗୋଲ୍ଡେନ ପିକକ୍ ଜାତୀୟ ତାଲିମ ପୁରସ୍କାର’ ବିଜେତା ଘୋଷିତ ହୋଇଛି । ୨୦୨୦ମସିହା,ଜୁଲାଇ ୧୫ରେ ବ୍ୟବସାୟ ଉତ୍କର୍ଷ,ଅଭିନବ ଉତ୍ପାଦ,ସେବା,ତାଲିମ ଏବଂ ଗୁଣବତା ପାଇଁ ବିଜେତାମାନଙ୍କୁ ଗୋଲ୍ଡେନ ପିକକ୍ ପୁରସ୍କାର ପ୍ରଦାନ କରିବାପାଇଁ ଇନଷ୍ଟିଚ୍ୟୁଟ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ଏକ ଭର୍ଚୁଆଲ ଗ୍ଲୋବାଲ ଅଧିବେସନର ଆୟୋଜନ କରାଯାଇଥିଲା । ଚାଲୁଥିବା କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏକ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏନ.ଟି.ପି.ସି ତାଳଚେର କଣିହାଁର ଏଜିଏମ୍‌(ଏଚ ଆର) କେ.ଏସ୍‌.ସରମା, ଏଜିଏମ (ଆରଏଲଆଇ) ପିଏମଜିଭି ଶ୍ରୀନିବାସଙ୍କ ଉପସ୍ଥିତିରେ ମୂଖ୍ୟ ମହା ପ୍ରବନ୍ଧକ ସୁଦୀପ ନାଗ ଏହି ପୁରସ୍କାର ଗ୍ରହଣ କରିଥିଲେ । ଇନଷ୍ଟିଚ୍ୟୁଟ ଅଫ୍ ଡାଇରେକ୍ଟରର୍ସ ର ସଭାପତି, ଲେଫ୍ଟନାଂଟ ଜେନେରାଲ ଜେ.ଏସ.ଆଲୁୱାଲିୱାଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଭର୍ଚୁଆଲ ପୁରସ୍କାର କାର୍ଯ୍ୟକ୍ରମରେ ଗୃହ ଓ ନଗର ମନ୍ତ୍ରଣାଳୟର ସଚିବ ଦୂର୍ଗା ଶଙ୍କର ମିଶ୍ର,ମୂଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୂଖ୍ୟ ଶାସନ ସଚିବ ପି.ଭି.ରମେଶ,ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କର କର୍ପୋରେଟ ବ୍ୟାପର ମନ୍ତ୍ରଣାଳୟର ଯୁଗ୍ମ ସଚିବ କେ.ଭେଙ୍କେଟା ରମଣ ମୂର୍ତୀ ଏବଂ ଇନଷ୍ଟିଚ୍ୟୁଟ ଅଫ୍ ଡାଇରେକ୍ଟରର୍ସ ର ଡାଇରେକ୍ଟର ଜେନେରାଲ ଅଶୋକ କପୁର ଅଂଶଗ୍ରହଣ କରିଥିଲେ । ପ୍ରକାଶ ଥାଉକି, ଉକ୍ତ ସଂସ୍ଥାର ପୁରସ୍କାର ବିଶ୍ୱ ବ୍ୟାପି କର୍ପୋରେଟ ଏକ୍ସଲେନ୍ସର ଏକ ମାନଦଣ୍ଡ ଭାବେ ପରିଗଣିତ ହୋଇଥାଏ । ଉକ୍ତ ପୁରସ୍କାରର ଉଦ୍ଦେଶ୍ୟ ହେଉଛି, ସାମଗ୍ରିକ କାର୍ଯ୍ୟଦକ୍ଷତା ମାନବୃଦ୍ଧି ପାଇଁ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ,ଘରୋଇ କମ୍ପାନୀ ଓ ସରକାରୀ(ବିଭାଗୀୟ)ସଙ୍ଗଠନର ଶ୍ରେଷ୍ଠ ପ୍ରଦର୍ଶନକାରୀ ସଂସ୍ଥାଗୁଡ଼ିକର ସଫଳତାକୁ ୧୭ବର୍ଗରେ ଚିହ୍ନଟ କରିବା । ୩୪୪ରୁ ଉର୍ଦ୍ଧ୍ୱ ପ୍ରତିକ୍ରିୟାରୁ ୧୫୧ ବ୍ୟବସାୟ ଉତ୍କର୍ଷ,ଗୁଣବତା ପରିଚାଳନା,ଶିକ୍ଷା ଓ ବିକାଶ ବିଶେଷଜ୍ଞଙ୍କୁ ନେଇ ଏକ ମୂଲ୍ୟାଙ୍କନ ଗୋଷ୍ଠୀକୁ ନେଇ ଯାଂଚ ପରେ ଉକ୍ତ ପୁରସ୍କାର ଚୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.