Home ଜିଲ୍ଲା ପରିକ୍ରମା ଏନସି ହାଇସ୍କୁଲ ୧୯୭୧ ବ୍ୟାଚ୍‌ର ବନ୍ଧୁମିଳନ

ଏନସି ହାଇସ୍କୁଲ ୧୯୭୧ ବ୍ୟାଚ୍‌ର ବନ୍ଧୁମିଳନ

44

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରାୟଣ ଚନ୍ଦ୍ର ହାଇସ୍କୁଲର ୧୯୭୧ ବ୍ୟାଚ୍ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କର ସୁବର୍ଣ୍ଣ ଜୟନ୍ତୀ ବନ୍ଧୁମିଳନ ସମାରୋହ କେଦାରନାଥ ମହାନ୍ତିଙ୍କ ସଭାପତିତ୍ୱରେ କୁଆଁସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ସହପାଠୀ ଓ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ବୟୋଜ୍ୟେଷ୍ଠ ଶିକ୍ଷକ ହରିହର ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ତ୍ରେଲୋକ୍ୟ ନାଥ ମହାରଣା ଯୋଗଦେଇ ସମସଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ ଯୋଗଦେଇପାରିନଥିବା ଅଶୀତିପର ଶିକ୍ଷକ ଗୋପାଳ ମୋହନ ପାଣ୍ଡିଆ ଓ ଶେଖ୍ ଜାନ୍ ମହମ୍ମଦ ସେମାନଙ୍କର ଶୁଭାଶୀଷ ବାର୍ତ୍ତା ପଠାଇଥିଲେ । ମୁରଲୀଧର ନାୟକ ମୁଖ୍ୟ ସଂଯୋଜକ ଓ ସନ୍ତୋଷ କୁମାର ମହାପାତ୍ର, ଶ୍ୟାମସୁନ୍ଦର ପ୍ରଧାନ ସହ ସଂଯୋଜକ ଭାବେ ଉତ୍ସବ ପରିଚାଳନା କରିଥିଲେ । ଶେଖ୍ ନୁର ମହମ୍ମଦ, ଗୋବିନ୍ଦ ଚନ୍ଦ୍ର ସାହୁ, ଶେଖ୍ ଜମିଲ ମହମ୍ମଦ, ଲିୟାକତ୍ ଅଲ୍ଲୀ ଖାଁ, ଶେଖ୍ ନୁରୁଲ୍ ଅମିନ, ବାବାଜୀ ଚରଣା ସାହୁ, ଗୋକୁଲ ଚନ୍ଦ୍ର ଦାସ, ମୁରାରୀ ଲାଲ ଗୁପ୍ତା, ଆନନ୍ଦୀ ଲାଲ ଗୁପ୍ତା, ବିଷ୍ଣୁମୋହନ ସାହୁ, ଶେଖ୍ ଅବଦୁଲ ରହମି୍ ପ୍ରମୁଖ ୫୦ ବର୍ଷ ତଳର ସ୍ମୃତିଚାରଣ କରିଥିଲେ । ଦେବପ୍ରସାଦ ସେନାପତି ଗୁରୁଶିଷ୍ୟର ଅନାବିଳ ସଂପର୍କରେ ଆଲୋଚନା କରିଥିଲେ । ବେଣୁଧର ସେଠ୍ ଓ ତପନ ମିତ୍ର ସେମାନଙ୍କର ସ୍ୱରଚିତ୍ କବିତା ପାଠ କରିଥିଲେ । ଆମନ୍ତ୍ରିତ ଶିକ୍ଷକମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କୈଳାସ ଚନ୍ଦ୍ର ସିଂହ, ମୁୟାଲିମ୍ ଖାଁ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପଠାଇ ଉତ୍ସବର ସଫଳତା କାମନା କରିଥିଲେ । ଲକ୍ଷ୍ମଣ କୁମାର ମହାନ୍ତି ସଭା ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.