Home ଜିଲ୍ଲା ପରିକ୍ରମା ଆଶ୍ରମର ପୂର୍ବତନ ସଭାପତିଙ୍କ ଏକାଦଶାହ ସ୍ମୃତିସଭା

ଆଶ୍ରମର ପୂର୍ବତନ ସଭାପତିଙ୍କ ଏକାଦଶାହ ସ୍ମୃତିସଭା

156

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ସମାଜସେବୀ, ନାଲଗରା କମିଳମୁନୀ ଆଶ୍ରମର ପୂର୍ବତନ ସଭାପତି ସ୍ୱର୍ଗତ କପିଳ ଚରଣ ମାଝୀଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ସ୍ମୃତିଚାରଣ ସଭା ନାଲଗରା ସ୍ଥିତ ନିଜ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନାଲଗରା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରଥ ବେହେରା ସଭାପତିତ୍ୱ କରିଥିବାବେଳେ ବାଣିତିଆ ପଞ୍ଚାୟତର ସରପଞ୍ଚ ବିନିତା ବେହେରା ଓ ସମିତିସଭ୍ୟା ପ୍ରତିମା ଯେନା, ବନ୍ତ ବ୍ଲକର ଅଧକ୍ଷ ଦେବେନ୍ଦ୍ର ଯେନା ଯୋଗ ଦେଇ ସ୍ୱର୍ଗତ ମାଝୀଙ୍କ ସ୍ମୃତିଚାରଣ କରିଥିଲେ । ଏଥିସହ ପଞ୍ଚାୟତର ପୂର୍ବତନ ସରପଞ୍ଚ କପିଳ ଚରଣ ଯେନାଙ୍କ ସମେତ ସମାଜସେବୀ ନବ କିଶୋର ପଣ୍ଡା, ରଘୁନାଥ ପଣ୍ଡା, ପୂର୍ଣଚନ୍ଦ୍ର ମାଝୀ,ଗଙ୍ଗାଧର ମହଲା ଓ ଅର୍ଜୁନ ଚରଣ ଗାହାଣ ଉପସ୍ଥିତ ରହିଥିଲେ ।.ଏହି ସଭାରେ ନାଲଗରା ଗ୍ରାମର ସମାଜସେବୀ ତଥା ଉଦୀୟମାନ ଯୁବକ ଶଙ୍କର୍ଷଣ ଦାସ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପସ୍ଥିତ ଅତିଥିମାନେ ସ୍ୱର୍ଗତ କପିଳ ଚରଣ ମାଝୀଙ୍କ ସ୍ମୃତି ଉଦ୍ୟେଶ୍ୟରେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପରେ ସ୍ୱର୍ଗତ ମାଝୀଙ୍କ ଜୀବନୀ ଶୈଳୀ ବିଷୟରେ ଆଲୋଚନ କରିଥିଲେ ।ଏହି ସଭାରେ ଗ୍ରାମବାସୀଙ୍କ ସମେତ ମାଝୀଙ୍କ ପରିବାର ବର୍ଗ ବନ୍ଧୁବାନ୍ଧବ ପରିଜନ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.