ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ଶାଳଣିଆଁ ଠାରେ ଥିବା ଏସବିଆଇ ଏଟିଏମକୁ କିଛି ଦୁର୍ବୁତ ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ ଏହି ଏଟିଏମ କାଉଣ୍ଟରେ ପ୍ରବେଶକରି ହାତୁଡିରେ ଏହାକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ମାତ୍ର ସଫଳ ନହେବାରୁ ଛାଡି ପଳାଇଥିବା ଜଣାଯାଇଛି । ଆଜିସକାଳୁ ଏହା ଜଣାପଡିବାପରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରୁ ତିନିଜଣ ଯୁବକ ଏହି ଲୁଟ କରିବାକୁ ଆସିଥିବା ଜାଣିବାକୁ ମିଳିଥିଲା ।