Home କେନ୍ଦୁଝର ଟାଇମପାସ ସାହିତ୍ୟପର୍ବ ତରୁଣତରଙ୍ଗ ପକ୍ଷରୁ କର୍ମଶାଳା, କବିତା-ନାଟକ, ଗଳ୍ପ କି ଉପନ୍ୟାସ ନୁହଁ

ଟାଇମପାସ ସାହିତ୍ୟପର୍ବ ତରୁଣତରଙ୍ଗ ପକ୍ଷରୁ କର୍ମଶାଳା, କବିତା-ନାଟକ, ଗଳ୍ପ କି ଉପନ୍ୟାସ ନୁହଁ

18

ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ଭୁବନେଶ୍ୱରର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ଟାଇମପାସ ସୌଜନ୍ୟରୁ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ତରୁଣ ତରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ କିଶୋର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଗଦର୍ଶକ ଭାବେ କେନ୍ଦୁଝର ଜିଲ୍ଲାପାଇଁ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା କବି ପିନାକୀ ମିଶ୍ର, ସମୀକ୍ଷକ ଭାବେ ବରିଷ୍ଠ ଅଧ୍ୟାପକ ତଥା କବି ସୁଧା ଦାଶ, ଯୁବକବି ଚିତ୍ତରଞ୍ଜନ ନାୟକ ଓ ସଞ୍ଚାଳକ ଭାବେ ଟାଇମପାସ ପ୍ରକାଶନର ନିର୍ଦ୍ଦେଶକ ସରୋଜ ବଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତରୁଣକବି ଅଜୟ ଜେନା, ଭାଗିରଥି ସେନାପତି, ପ୍ରବିଣ କୁମାର କବି, ଦୀପକ ସ୍ୱାଇଁ, ଲିପିନ ରାଉତ, ବିଚିତ୍ର ସାହୁ, ରାଜୀବ ସାହୁ, ସ୍ୱପ୍ନାଜିତା ଶଙ୍ଖୁଆ, ସରୋଜିନୀ ଶଙ୍ଖୁଆ, ଶୁଭଶ୍ରୀ ତନିମା ନାୟକ, ଐଶୁର୍ଯ୍ୟା ରାଉତ, ଚନ୍ଦ୍ରକାନ୍ତ ପହି, ଚନ୍ଦନ ପଣ୍ଡା, ମମତା ବରାଳ ଓ ଶିବଚରଣ ମହାପାତ୍ର ପ୍ରମୁଖ ସ୍ୱରଚିତ କବିତାମାନ ଅବୃତି କରିଥିଲେ । ସମୀକ୍ଷକ ମାନେ ଏହି କବିତା ଗୁଡିକର ସମୀକ୍ଷା କରିବା ସହ ତରୁଣ କବି ମାନଙ୍କ ସହ ସଂକ୍ଷିପ୍ତ ଆଲୋଚନା କରିଥିଲେ । ଶେଷରେ ଆଜିର କବିତା ଆସରରେ ବିଚାରପତିଙ୍କ ଦ୍ୱାରା ସ୍ୱପ୍ନାଜିତା ଶଙ୍ଖୁଆ ୧ମ, ଭାଗିରଥି ସେନାପତି ୨ୟ ଓ ଶୁଭଶ୍ରୀ ତନିମା ନାୟକ ତୃତୀୟ ସ୍ଥାନ ହାସଲ କରିଥିଲେ । ଟାଇମପାସ ପ୍ରକାସନୀ ତରଫରୁ ପ୍ରଥମସ୍ଥାନ ପାଇଥିବା ସ୍ୱପ୍ନାଜିତାଙ୍କୁ ପିପିଲି ଚାନ୍ଦୁଆ ଛତା, ସ୍ୱତନ୍ତ୍ର ଟୋପି ଓ ନଗଦ ୧୦୦୧ଟଙ୍କା ପ୍ରଦାନ କରାଯାଇ ପ୍ରୋତ୍ସାହିତ କରାଯାିଥିଲା । ଏହାସହ ଅନ୍ୟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କବିତା ଗଳ୍ପ, ନାଟକ, ଉପନ୍ୟାସ ନୁହେଁ, କବିତା କାରୁଣ୍ୟ ଭିତରେ ମଧ୍ୟ ବିଶ୍ୱାସର ବର୍ଣ୍ଣବୋଧ ଲେଖେ ବୋଲି ତରୁଣ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଅତିଥିମାନେ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ସାହିତ୍ୟର ପ୍ରସାର ଦିଗରେ ତୃଣମୁଳ ସ୍ଥରରେ ଏକ ଆଲୋକବର୍ତ୍ତିକା ବୋଲି ଅତିଥିମାନେ ପ୍ରକାଶ କରିବାସହ ଟାଇମପାସର ଏହି ନିଆରା ଉଦ୍ୟମକୁ ଭୁରି ଭୁରି ପ୍ରସଂଶା କରିଥିଲେ । ଏପରି କାର୍ଯ୍ୟକ୍ରମ ଦ୍ୱାରା ତରୁଣ ଯୁବ ପ୍ରତିଭା ମାନଙ୍କ ଭିତରେ ସାହିତ୍ୟ ଓ କବିତା ପ୍ରତି ଆଗ୍ରହ ପ୍ରକାଶ ପାଇବ ବୋଲି ମତବ୍ୟକ୍ତ କରିଥିଲେ । ଶାସଙ୍ଗ ହାଇସ୍କୁଲର ଶିକ୍ଷକ ଶିଶିର କୁମାର ବିଶ୍ୱାଳ ଓ କର୍ମଚାରୀ ରମେଶ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.