ନୂଆଦିଲ୍ଲୀ,୩୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ଶରୀରକୁ ଏଚଆଇଭି ଭାଇରସ କେମିତି ଆସିଥାଏ ଏହା ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ନୂଆ ଅନୁସନ୍ଧାନରେ ଥିଲେ। ଏବେ ପର୍ଯ୍ୟନ୍ତ ଏହି ଭାଇରସକୁ ନେଇ ଟେଷ୍ଟ ଟ୍ୟୁବ୍ ସାହାଯ୍ୟରେ ଷ୍ଟଡି କରାଯାଉଥିଲା କିନ୍ତୁ ଏବେ ପ୍ରଥମ ଥର ପାଇଁ ତିନୋଟି ଡାଇମେନସିଆଲ ଟିସୁ-ଲାଇକ ବାତାବରଣରେ ଟେଷ୍ଟ କରାଯାଇଛି। ଏହି ପ୍ରକାରର ବାତାବରଣ ମାନବ ଶରୀରରେ ଦେଖିବାକୁ ମିଳିଥାଏ। ଏବେ ଏହା ପ୍ରଥମ ଥର ସାମ୍ନାକୁ ଆସିଛି ଯେ ଏହା କେମିତି ଶରୀରର ସେଲସ୍ ପାଖକୁ ଏଚଆଇଭି ପ୍ରବେଶ କରିଥାଏ।
ଦୀର୍ଘ ୩୦ ବର୍ଷ ଧରି ଅନୁସନ୍ଧାନ ପରେ ମଧ୍ୟ ଏହା ଜଣାପଡିନଥିଲା ଯେ କେମିତି ଏହା ଶରୀରର ବାତାବରଣାରେ ଏଡସ୍ ରୋଗ ବା ଏଚଆଇଭି ଭାଇରସ୍ ପ୍ରବେଶ କରିଥାଏ। ଏବେ ପର୍ଯ୍ୟନ୍ତ ଯେତିକି ବି ଟେଷ୍ଟ କରାଯାଇଛି ସେସବୁ ପ୍ଲାଷ୍ଟିକ ଟ୍ୟୁବସ୍ କିମ୍ବା ପ୍ଲେଟକୁ ନେଇ କରାଯାଇଥିଲା। ଯାହା ମାନବ କୋଶିକା ଗୁଡିକରେ ଭାଇରସର ପ୍ରତିକ୍ରୀୟାକୁ ଦେଖିପାରୁନଥିଲା।
ମାନବ ଶରୀରର ବାତାବରଣରେ ଭାଇରସ ପ୍ରବେଶ କରିବାର କାରଣ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଇମେଜ୍ ପ୍ରୋସେସିଂ, ଥିଅରେଟିକଲ ବାୟୋଫିିଜକ୍ସ ଏବଂ ମ୍ୟାଥମେଟିକାଲର ଏକ୍ସପର୍ଟଙ୍କର ମଧ୍ୟ ସାହାଯ୍ୟ ନେଲେ। ଏହା ଜରିଆରେ ସେ ୩ଡି ବାତାବରଣରେ ସେଲସ୍ ଏବଂ ଭାଇରସ୍ ମିଶିବା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଲା।
ରିସର୍ଚ୍ଚରୁ ସାମ୍ନାକୁ ଆସିଲା ଯେ ମାନବ ଶରୀରରେ ଥିବା କୋଶିକାର ତନ୍ତ୍ର ଭାଇରସକୁ ଗୋଟିଏ ସେଲରୁ ଅନ୍ୟ ସେଲ ସହିତ ମିଶିବା ପାଇଁ ବାଧ୍ୟ କରିଥାଏ। ସେଲ୍ କଲ୍ଚରର ୩ଡି ବାତାବରଣ ସେଲ୍ ଫ୍ରୀ ଭାଇରସ ଦ୍ୱାରା ଇନଫେକସନକୁ ଦବାଇଥାଏ। କିନ୍ତୁ ଏମିତି ହେଲେ ଭାଇରସ ସିଧା ସେଲ ସହିତ ସମ୍ପର୍କ କରି ଅନ୍ୟ ସେଲ ସହିତ ମିଶିବାକୁ ଲାଗିଥାଏ।







