Home ଓଡ଼ିଶା ଏକ ବୃହତ ରାଜନୈତିକ ସମୀକରଣ ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା ରାଜନୀତି

ଏକ ବୃହତ ରାଜନୈତିକ ସମୀକରଣ ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା ରାଜନୀତି

1087

ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ବେଶୀଦିନ ନାହିଁ। ଓଡ଼ିଶାରେ କି ପ୍ରକାର ରାଜନୈତିକ ସମୀକରଣ ହେବ ତାହାକୁ ଓଡ଼ିଶାବାସୀ ନଜରରେ ରଖିଛନ୍ତି। ଦଳ ବଦଳର ଅବକାଶ ଆଉ ନାହିଁ। ପୂର୍ବାନୁପାତରେ ଯେଉଁପ୍ରକାରର ଦଳ ବଦଳର ପରମ୍ପରା ଚାଲୁଥିଲା ତାହା ପ୍ରାୟତଃ ଏବେ ସୁପ୍ତ ଅବସ୍ଥାରେ ଅଛି। ଏହାର ମୁଖ୍ୟତଃ ଗୋଟିଏ କାରଣ। ଓଡ଼ିଶାର ତିନୋଟି ରାଜନୈତିକ ଦଳ ଉପରେ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିବା ଆରମ୍ଭ କରିଦେଲେଣି। ପୂର୍ବରୁ ଓଡ଼ିଶା କଂଗ୍ରେସ ଓଡ଼ିଶା ଲୋକଙ୍କର ଆସ୍ଥା ଭାଜନ ହୋଇପାରିନଥିଲା। କିନ୍ତୁ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ଓଡ଼ିଶାବାସୀଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ହେବା ଲକ୍ଷ କରାଯାଉଛି। ଏହା ପୂର୍ବରୁ ବିଜେଡ଼ି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ସାହା ଭରସା ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ରାଜନୀତିର ମଙ୍ଗ ଧରିବା ପରେ ଏକପ୍ରକାରର ପ୍ରତିଦ୍ୱନ୍ଦୀତା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକି ଗତ ପଞ୍ଚାୟତ ନିର୍ବାଚନରେ ଆଂଶିକ ପ୍ରତଫଳନ ଦୃଷ୍ଟିଗୋଚର ହୋଇଥିଲା। କିନ୍ତୁ ପରିବର୍ତ୍ତିତ ରାଜନୈତିକ ସମୀକରଣକୁ ଅନୁଧ୍ୟାନ କଲେ ଏବେ ଓଡ଼ିଶା ରାଜନୀତିରେ ଏକ ସମ୍ପୂର୍ଣ୍ଣ ପ୍ରତିଦ୍ୱନ୍ଦୀତା ମୂଳକ ରାଜନୀତିର ଆଭାସ ମିଳୁଛି। ନବୀନ ପଟ୍ଟନାୟକଙ୍କ ସମସାମୟୀକ ପ୍ରତିଦ୍ୱନ୍ଦୀ ହିସାବରେ ଓଡ଼ିଶା ଜନସାଧାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମତୁଳ କରିବା ପରିସ୍ଥିତିରେ ନାହଁାନ୍ତି। କିନ୍ତୁ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ମଙ୍ଗ ଧରିବା ପରେ ଓଡ଼ିଶା ରାଜନୀତିରେ ଏକ ନୂତନ ରାଜନୈତିକ ସମୀକରଣର ସ୍ପଷ୍ଟ ଚିତ୍ର ସମ୍ପୂର୍ଣ୍ଣ ରୂପେ ଦୃଷ୍ଟି ଗୋଚର ହେଉଛି। ପୂର୍ବରୁ ବିଜେଡ଼ିର ଅନେକ ନେତୃବୃନ୍ଦ ବିତାଡ଼ିତ ହେବାପରେ ଦିଶାହୀନ ହୋଇପଡ଼ୁଥିଲେ। କିନ୍ତୁ ବର୍ତ୍ତମାନ ଏହି ନେତୃବୃନ୍ଦଙ୍କୁ ଏକପ୍ରକାର ସାହାରା ମିଳୁଛି। କଂଗ୍ରେସ ଭଳି ଏକ ଜାତୀୟ ଦଳକୁ ଏହି ନେତାମାନେ ଭରସା କରିବା ଆରମ୍ଭ କରିଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ପରି ଜଣେ ଅଭିଜ୍ଞ ଏବଂ ବରିଷ୍ଟ ରାଜନେତାଙ୍କ ସହିତ ସାଲିସ କରିବା ପାଇଁ ଏମାନେ କୁଣ୍ଠାବୋଧ ହେଉନାହାଁନ୍ତି। ଉଦାହରଣ ସ୍ୱରୂପ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ କଂଗ୍ରେସ ସହିତ ସଂଶ୍ଲିଷ୍ଟ ହେବା ଏକପ୍ରକାରର ନିଶ୍ଚିନ୍ତ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅପର ପକ୍ଷରେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛିଯେ, କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେଡ଼ିର ବରିଷ୍ଠ ନେତା ଯିଏକି ନିକଟରେ ବିଜେଡ଼ିକୁ ପରିତ୍ୟାଗ କରିଥିଲେ, ଖୁବ କମ ସମୟରେ କଂଗ୍ରେସରେ ଯୋଗ ଦେଉଥିବାର ଆଭାସ ମିଳୁଛି। କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ତାଙ୍କର ପ୍ରାରମ୍ଭିକ କଥାବାର୍ତ୍ତା ଏକ ପ୍ରକାର ଚୁଡ଼ାନ୍ତ ବୋଲି ଖବର ହସ୍ତଗତ ହୋଇଛି। ତେଣୁ ଏ ସମସ୍ତ ରାଜନୈତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏକ ସ୍ପଷ୍ଟ ଚିତ୍ର ଉପଲବ୍ଧ ହେଉଛିଯେ, ୨୦୧୯ ସାଧାରଣ ନିର୍ବାଚନ ଶାସକ ବିଜେଡ଼ି ପାଇଁ ଏତେଟା ସହଜ ହେବନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.