ଭୁବନେଶ୍ଵର,୨୧/୧୦,(ଓଡ଼ିଆ ପୁଅ ପି ନାୟକ): ବିଜେପୁର ଉପନିର୍ବାଚନରେ ଶାସକ ଦଳ ଟଙ୍କା ବାଣ୍ଟୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସୂଚନା ଅନୁସାରେ, ଗାଇସିଲାଟ୍ ବ୍ଲକ୍ କଟାବାହାଲ ପଂଚାୟତ ବ୍ରାହ୍ମଣମାଲରେ ଜଣେ ବିଜେଡ଼ି କର୍ମୀଙ୍କ ଠାରୁ ଟଙ୍କା ଜବତ ହୋଇଛି । ଗାଡି ଡିକିରେ ୨ଟି କଳା ରଙ୍ଗର ଏୟାର ବ୍ୟାଗ୍ ଓ ଗୋଟିଏ ଲାଲ ରଙ୍ଗର ଏୟାର ବ୍ୟାଗ ଥିଲା ବୋଲି ପୋଲିସ ସୂଚନା ଦେଇଛି । ଲାଲ ରଙ୍ଗର ବ୍ୟାଗ୍ ପୋଲିସ ହାବୁଡ଼ରେ ପଡ଼ିଥିବା ବେଳେ ଅଭିଯୁକ୍ତମାନେ ଅନ୍ୟ ଦୁଇଟି ଯାକ କଳା ରଙ୍ଗର ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ତେବେ ଉକ୍ତ ଲାଲ୍ ରଙ୍ଗର ବ୍ୟାଗ୍ ଭିତରେ ଥିବା ଗୋଟିଏ ମନି ପର୍ସରୁ ପୋଲିସ ଏହି ଟଙ୍କା ଜବତ କରିଥିଲା ।