Home ଓଡ଼ିଶା ଉପକାରାଗାରରୁ ଚମ୍ପଟ ମାରିଥିବା କଏଦୀ ଧରାପଡ଼ିଲା

ଉପକାରାଗାରରୁ ଚମ୍ପଟ ମାରିଥିବା କଏଦୀ ଧରାପଡ଼ିଲା

771

ମାଲକାନଗିରି ୧୦-୫ (ଓଡ଼ିଆ ପୁଅ) ଗତ ୫ ତାରିଖ ଦିନ ଅଜିତ୍ ଡ଼ାକୁଆ ନୀମକ ଜଣେ ବିଚାରାଧିନ କଏଦୀ ପାଣି ନଳାବାଟେ ବାହାରକୁ ଖସି ପଳାଇଥିଲା। ସେହିଦିନଠାରୁ ଡେଲ୍ ସୁପରିଟେଣ୍ଡେଣ୍ଟ ସଂଗ୍ରାମ କୁମାର ନାୟକଙ୍କ ନେତୃତ୍ତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କାଯାଇ ଉକ୍ତ କଏଦୀକୁ ଖୋଜିବା ଆରମ୍ଭ କରିଦେଇଥିଲେ। କଏଦୀର ନିଜ ଗାଁ କାଲିମେଳା ଥାନାସ୍ଥ ଏମ୍ ଭି ୪୧ ଗ୍ରାମରେ, କାରାଗାରରେ ଡ୍ୟୁଟି କରୁଥିବା ଓଏଏସ୍ପି ହାବିଳଦାର କାଶିନାଥ ସରକାର, ସିପାହୀ ରତନ ମଣ୍ଡଳ, କାରାରକ୍ଷୀ ବିଶିଷ୍ଠ ବାଗ୍, କାରାରକ୍ଷୀ ପ୍ରଗତ ମହାକୁଡ଼, କାରାରକ୍ଷୀ ସରୋଜ୍ ବେହେରା, ରବିନ୍ଦ୍ର ନାଥ ଚୌଧୁରୀ, ଏମାନେ ଗତ ତିନିଦିନ ଧରି ତା’ର ଗ୍ରାମରେ ଡେରା ପକାଇଥିଲେ। ଗତକାଲି ରାତ୍ରରେ ଖବର ପାଇଲେ ଯେ, ଅଜିତ୍ ଏମ୍ ଭି ୪୧ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଲାଡ଼ି (କୁଡ଼ିଆ)ରେ ଲୁଚିଛି। ଏହି ଖବର ପାଇ ରାତ୍ର ଏକଟା ସମୟରେ କୌଶଳ କ୍ରମେ ଚଢ଼ଉ କରି ତାକୁ ଧରିଦେଇଥିଲେ। ବର୍ତ୍ତମାନ ତାକୁ ମାଲକାନାଗିରି ଥାନାକୁ ଆଣି ଥାନା ଜିମା ଦେଇଛନ୍ତି। ତେବେ ଏହି ଫେରାର ଘଟଣାରେ ଉପକାରାଗାରର ଜଣେ କାରାରକ୍ଷୀକୁ ନିଳମ୍ବିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.