Home ଓଡ଼ିଶା ଉଦୟପୁର ଖଟବୁଲା ଘଟଣାରେ ୩ଗିରଫ, ଗାଁ ପୁରୁଷଶୂନ୍ୟ

ଉଦୟପୁର ଖଟବୁଲା ଘଟଣାରେ ୩ଗିରଫ, ଗାଁ ପୁରୁଷଶୂନ୍ୟ

42

ନୟାଗଡ଼, ୨୨ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ସଦରଥାନା ଦୁରୁଦୁରା ପଂଚାୟର ଉଦୟପୁର ଖଟବୁଲା ଘଟଣାରେ ୩ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ଗୁଣିଆ ମାଧ୍ୟମରେ ଖଟବୁଲାଇ ଚୋରଭାବେ ଜଣଙ୍କୁ ସାବ୍ୟସ୍ତ କରିବା ଏବେ ଉଦୟପୁର ଗ୍ରାମବାସୀଙ୍କୁ ମହଙ୍ଗା ପଡ଼ିଛି। ଗାଁ କଙ୍ଗାରୁ କୋର୍ଟରେ ଦଣ୍ଡିତ ବ୍ୟକ୍ତି ଥାନାରେ ଦ୍ୱାରସ୍ଥ ହେବା ପରେ ପୋଲିସ ଗାଁ ସଭାପତିଙ୍କ ସମେତ ଆଉକିଛି ଲୋକଙ୍କ ନାମରେ ମାମଲା ରୁଜୁ କରି ତନାଘନା ଚଳାଇଥିବାବେଳେ ସୋମବାର ଗ୍ରାମ କମିଟି ସମ୍ପାଦକ ଛାଟିଆ ସାମଲଙ୍କ ସହ ସନ୍ତୋଷ କୁମାର ଜେନା ଓ ମୁନା ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ା ଉଦୟପୁର ଗ୍ରାମର ଗୁଣନିଧି ଜେନାଙ୍କର ସୁନା ଜିନିଷ ଚୋରିକୁ ନେଇ ଗତ ୧୮ ତାରିଖରେ ଗୁଣିଆ ସହାୟତରେ ଏବଂ ଗ୍ରାମର ସହଯୋଗରେ ଖଟ ବୁଲିଥିଲା। ହେଲେ ପ୍ରଥମ ଦିନ ଖଟବୁଲାଉଥିବା ଗୁଣିଆ କାହାକୁ ଧରି ପାରିନଥିଲା। ଯାହାକି ଚୋରି ହୋଇଥିବା ଗୁଣନିଧିଙ୍କ ଘରେ ଗୁଣିଆ ରହିଥିଲାବେଳେ ୧୯ ତାରିଖି ଶୁକ୍ରବାର ପୁନର୍ବାର ଖଟ ବୁଲା ଯାଇଥିଲା। ଫଳରେ ଖଟ ଗ୍ରାମର ଲୋକନାଥ ଜେନାଙ୍କ ଘରେ ପଶିଥିଲା। ଗ୍ରାମ ବୈଠକ ବସି ଏଥିରେ ଲୋକନାଥକୁ ଚୋର ବୋଲି ସାବ୍ୟସ୍ତ କରାଯାଇ କୋଠଘରେ ଚାବି ପକାଇ ରଖାଯାଇଥିଲା। ଏବଂ ଲୋକନାଥକୁ ତୁମେ ଚୋର ବୋଲି କହିବା ସହିତ ୫ଲକ୍ଷ ଦେଲେ ତୁମେ ଗାଁରେ ରହିବ। ନଚେତ ଗାଁରୁ ୍‌ବାହାର ବୋଲି କଡ଼ା ନିଷ୍ପତି ଶୁଣାଯାଇଥିଲା। ଯାହାକି ଲୋକନାଥ ମାନସିକଭାବେ ଭାଙ୍ଗିପଡ଼ି ସଦରଥାନାରେ ଅଭିଯୋଗ କରିଥିଲେ। ପୂର୍ବ ଶତୃତାକୁ ନେଇ ତାଙ୍କୁ ଏପରି ନିର୍ଯ୍ୟତନା ଦିଆଯାଉଥିବା ଲୋକନାଥ ଅଭିଯୋଗ କରିଥିଲାବେଳେ ଅନ୍ଧ ବିଶ୍ୱାସରେ ଅନ୍ଧଗଳିରେ ଲୋକନାଥ ପେଶିହୋଇ ଏବେ ନ୍ୟାୟକୁ ଅପେକ୍ଷା କରିଥିବାବେଳେ ପୋଲିସ ଖୋଳତାଡ଼ରେ ଉଦୟପୁର ଏବେ ପୁରୁଷଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ସଦରଥାନାରେ ଏଥିହେନଇ କେସ୍ ନଂ-୧୭୪/୨୦୨୧ ଓ ୧୭୫/୨୦୨୧ରେ ଦୁଇଟି ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.