Home Top News ଉତ୍ତର-ପୂର୍ବ ଦିଲ୍ଲୀର ଝୁଗିରେ ବଡ଼ ଧରଣର ଅଗ୍ନିକାଣ୍ଡ : ୭ ଜଣଙ୍କର ମୃତ୍ୟୁ

ଉତ୍ତର-ପୂର୍ବ ଦିଲ୍ଲୀର ଝୁଗିରେ ବଡ଼ ଧରଣର ଅଗ୍ନିକାଣ୍ଡ : ୭ ଜଣଙ୍କର ମୃତ୍ୟୁ

12

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଉତ୍ତର-ପୂର୍ବ ଦିଲ୍ଲୀର ଝୁଗିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୬୦ ଟି ଝୁଗି ପ୍ରଭାବିତ ହୋଇଥିବା ବେଳେ ସେଥିମଧ୍ୟରୁ ୩୦ ଟି ନିଆଁରେ ପୋଡି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ଏହି ଦୁର୍ଘଟଣା ଶନିବାରଦିନ ପାହାନ୍ତାରେ ଉତ୍ତର-ପୂର୍ବ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଥିବା ଝୁଗି ବସ୍ତିରେ ଘଟିଥିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଗତକାଲି ବିଳମ୍ବିତ ରାତ୍ରୀ ଅର୍ଥାତ ଆଜି ବଢ଼ିଭୋର ୧.୦୩ ରେ ମିଳିଥିଲା। ତେରଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ସାତଜଣଙ୍କର ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଆଁ ଲିଭା କାର୍ଯ୍ୟ ସକାଳ ପ୍ରାୟ ୪ ଟା ବେଳେ ସମାପ୍ତ ହୋଇ ନିଆଁକୁ ଆୟତ୍ତ କରାଯାଇଥିଲା।

ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି।

ସେ ଏକ ଟୁଇଟ୍‌ କରି କହିଛନ୍ତି ଯେ, “ସକାଳେ ଦୁଃଖଦ ଖବର ଶୁଣିଲି। ମୁଁ ଘଟଣାସ୍ଥଳକୁ ଯାଇ ପ୍ରଭାବିତ ଲୋକଙ୍କୁ ବ୍ୟକ୍ତିଗତ ଭାବେ ଭେଟିବି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.