Home ଜିଲ୍ଲା ପରିକ୍ରମା ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖା ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖା ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

28

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜନ୍ମ ଜୟନ୍ତୀ କରୋନା ଜନିତ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃରେ ସମାଜସେବୀ ଅଜୟ ନାୟକଙ୍କ ନେତୃତ୍ୱରେ ଏସ୍‌.ଏମ୍‌. ଫାରୁକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଶିକ୍ଷାବିତ ଅନାଦି ଚରଣ ଦାସ, ଅମରେନ୍ଦ୍ର ବିଶ୍ୱାଳ, ଅଧିବକ୍ତା ସୁଶାନ୍ତ ଘଡେଇ, ବାବୁଲାଲ ଦାସ, ରୂପକ ରାୟ ପ୍ରମୁଖ ସହରର ଡାହାଣୀଗଡିଆ ଓ ଭଦ୍ରକ କୋର୍ଟ ପରିସରରେ ଥିବା ଗୋପବନ୍ଧୁ ଉଦ୍ୟାନ ସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ତାଙ୍କର ସ୍ମୃତିଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.