Home ଜିଲ୍ଲା ପରିକ୍ରମା ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

25

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ମଧୁବାବୁଙ୍କ ୧୭୪ତମ ଜୟନ୍ତୀ କୋଭିଡ଼ କଟକଣାରେ ନିରାଡମ୍ବର ଭାବେ ପାଳନ କରାଯାଇଛି । ସମ୍ମିଳନୀର ସମ୍ପାଦକ ଅଜୟ ନାୟକ ଅସୁସ୍ଥ ଥିବାରୁ ସଭାପତି ଝରଣା ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ ସମ୍ପାଦକ ବାବୁଲାଲ ଦାସ ଅନ୍ୟ ସଦସ୍ୟମାନଙ୍କ ସହିତ ଭଦ୍ରକ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଉପସଭାପତି ଅନାଦି ଦାସଙ୍କ ପୌରୋହିତ୍ୟରେ ମଧୁବାବୁଙ୍କ ସ୍ମୃତି ଚାରଣ କରାଯାଇଥିଲା । ସମ୍ମିଳନୀ ସମ୍ପାଦକ ଅଜୟ ନାୟକ ଗୁରୁତର ପୀଡ଼ିତ ଥାଇ ଅସ୍ତ୍ରୋପଚାର ଜନିତ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଓଡ଼ିଶା ମାଟିର ଗର୍ବ ଗୌରବ ପଦ୍ମଭୂଷଣ କଥାକାର ମୋନଜ ଦାସଙ୍କ ଦେହାନ୍ତ ଜନିତ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ନିବେଦନ କରାଯାଇଥିଲା । ଏହି ଅବସରରେ ଅମର ବାରିକ, ଗୋବର୍ଦ୍ଧନ ସାମଲ, ଲକ୍ଷ୍ମୀକାନ୍ତ ବାରିକ, ବସନ୍ତ ମହାନ୍ତି, ଶାନ୍ତନୁ ରାଉତ, ଗଦାଦର ବଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.