Home ଜିଲ୍ଲା ପରିକ୍ରମା ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ୪ର୍ଥ ସନ୍ଧ୍ୟା, ଏ ମାଟିର ପ୍ରତି ସ୍ପନ୍ଦନରେ ପ୍ରବାହିତ ଦେଶପ୍ରେମର ରକ୍ତ...

ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ୪ର୍ଥ ସନ୍ଧ୍ୟା, ଏ ମାଟିର ପ୍ରତି ସ୍ପନ୍ଦନରେ ପ୍ରବାହିତ ଦେଶପ୍ରେମର ରକ୍ତ – ମୀରା ପରିଡ଼ା

18

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ସ୍ଥିତ ହେମପଦ୍ମ ଗ୍ୟାଲେକ୍ସି ଠାରେ ଚାଲିଥିବା ସପ୍ତମ ବାର୍ଷିକ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ଚୁତର୍ଥ ସନ୍ଧ୍ୟାର ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାକୁ ମହୋତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ମନୋଜ ରାୟ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବିକା ତଥା ତୃତୀୟଲିଙ୍ଗୀ ଜାତୀୟ ପରିଷଦର ସଦସ୍ୟା ତଥା ଓଡ଼ିଶା କିନ୍ନର ସଂଘର ସଭାନେତ୍ରୀ ମୀରା ପରିଡ଼ା ଯୋଗଦେଇ କହିଲେ, ଡ଼ଃ ମହତାବଙ୍କ ପାଇଁ ଆଗରପଡ଼ା ମାଟି ମହାନ ହୋଇ ପାରିଛି । ଏହି ମାଟିରେ ଜନ୍ମିତ ତଥା ବସବାସ କରୁଥିବା ଲୋକମାନେ ମଧ୍ୟ ମହାନ । ଏ ପବିତ୍ର ମାଟିର ମହିଳାମାନେ ବଡ଼ ସୌଭାଗ୍ୟବତୀ, ସେମାନଙ୍କ ପ୍ରତିସ୍ପନ୍ଦନରେ ପ୍ରବାହିତ ହେଉଛି ଦେଶପ୍ରେମ ଓ ବୀର ପୁରୁଷର ରକ୍ତ । ଦେଶ ସ୍ୱାଧୀନତା ପାଇଁ ଏ ମାଟିର ପୁଅ ଡ଼ଃ ମହତାବ ଲଢୁଥିଲେ ମାତ୍ର ସ୍ୱାଧୀନ ଭାରତରେ ଏ ମାଟିର ଅଗଣିତ ଭାଇ ଭଉଣୀମାନେ ଅନ୍ୟାୟ, ଅନୀତି ବିରୁଦ୍ଧରେ ସଂଗ୍ରାମ ଜାରୀ ରଖିବାକୁ ସେ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସମାଜସେବିକା ସୁମିତ୍ରା ପାଣି, ଅନ୍ୟତମ ଅତିଥି କିନ୍ନର ସଂଘର ଉତ୍ଥାନ ପାଇଁ କାର୍ଯ୍ୟ କରୁଥିବା ଶୁଭ ପ୍ରସାଦ ସାହୁ, କମିଟି ଉପ-ସଭାନେତ୍ରୀ ମମତା ମହାନ୍ତି, ଇଂ ଅମୀୟ ରଞ୍ଜନ ରାମ ପ୍ରମୁଖ ନିଜନିଜର ବକ୍ତବ୍ୟରେ ସମାଜସେବା ପରି ମହତସେବା ଦୁନିଆରେ ସବୁଠୁ ବଡ଼ ସେବା, ଦୁସ୍ଥ, ନିରାଶ୍ରୟଙ୍କ ସେବା କଲେ ଅଧିକ ଆତ୍ମ ସନ୍ତୋଷ ମିଳିଥାଏ ।

ଏହି କାର୍ଯ୍ୟକରି ଭଗବାନଙ୍କ କୃପା ମିଳିଲେ ଜୀବନଟା ଆନନ୍ଦମୟ ପ୍ରୀତିମୟ ହୋଇଥାଏ, ଏହାକୁ ସମସ୍ତେ ଅନୁସରଣ କଲେ ସୁସ୍ଥ ଓ ଦୁର୍ନୀତିମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ । ପ୍ରାରମ୍ଭରେ ମହୋତ୍ସବ କମିଟି ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଶାନ୍ତି ଶୃଙ୍ଖଳା ଓ ସହଯୋଗ କାମନା କରିଥିଲେ । ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କାର ମଞ୍ଚ ପରିଚାଳନାରେ ଉପଦେଷ୍ଟା କୈଳାସ ଚନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନୃତ୍ୟଗୁରୁ ଦ୍ୱାରିକାନାଥ ସେନାପତି ଓ ଅଭିନେତ୍ରୀ ସୋନା ମହାପାତ୍ରଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉପ-ସଭାପତି ଗୋପାଳ କୃଷ୍ଣ ଦାଶ, ଉପଦେଷ୍ଟା ପୃଥିରାଜ ଦାସ, ପରେଶ ନାୟକ, ମାମୁନି ସିଂହ, ମନ୍ମଥ ଦାସ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଚଞ୍ଚଳା ସାହୁ, ଅମିତା ନାୟକ, ତପନ ଦାସ, ଚତ୍ତରଞ୍ଜନ ଦାସ, ନୃତ୍ୟଶିଳ୍ୱୀ ମୁନା ମିଶ୍ର, ଦିପକ ସେଠୀ, ସୁମନ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଗୀତ ସମ୍ରାଟ ପକ୍ଷରୁ ମେଲୋଡ଼ି ପରିବେଷଣ କରାଯାଇଥିଲା।

ଦବଙ୍ଗଗିରୀ: ଉମାଙ୍କୁ କହିଥିଲେ, ଏବେ ଓମଙ୍କୁ କ’ଣ କହିବେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.