Home ଜିଲ୍ଲା ପରିକ୍ରମା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର, ବିନା ପାଲ ଢ଼ଙ୍କାରେ ଅଳିଆ ବୋହୁଛି ପୌରପାଳିକା ଗାଡ଼ି

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର, ବିନା ପାଲ ଢ଼ଙ୍କାରେ ଅଳିଆ ବୋହୁଛି ପୌରପାଳିକା ଗାଡ଼ି

62

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରର ଅଳିଆ ଆବର୍ଜନା ପରିବହନ ସମୟରେ ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରୁଛନ୍ତି ପୌର କର୍ତ୍ତୃପକ୍ଷ । ଏଦିଗରେ ଉଚ୍ଚତମ ନ୍ୟାୟାଳୟଙ୍କ ପୂର୍ବରୁ ଥିବା ନିର୍ଦ୍ଦେଶ ପ୍ରତି ଆଖି ବୁଜି ଦେଇଛଛନ୍ତି । ଫଳରେ ପରିମଳ ବ୍ୟବସ୍ଥାର ଉନ୍ନତି କରିବାକୁ ଯାଇ ଏକ ସହରର ବିଭିନ୍ନ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି । କାରଣ ସହରର ଅଳିଆ ଉଠାଇ ଡମ୍ପୟାର୍ଡ଼କୁ ନେବା ସମୟରେ ଅଳିଆ ବୁହା ଗାଡ଼ି ଉପରେ ନିମୟାନୁଯାୟୀ ପାଲ ଢ଼ଙ୍କା ଯାଉ ନାହିଁ । ଫଳରେ ଉକ୍ତ ଗାଡ଼ିରୁ ଅଳିଆ ଉଡ଼ି ସହରର ବହୁ ମୁଖ୍ୟ ରାସ୍ତାରେ ପଡ଼ୁୁଛି । ଯାହାକି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏହାବ୍ୟତୀତ ଅଳିଆ ଉଠାଇ ପରିବହନ କରିବା ସମୟ ପ୍ରତି ମଧ୍ୟ ଯତ୍ନବାନ ହେଉ ନାହାନ୍ତି ପୌର କର୍ତ୍ତୃପକ୍ଷ । ଏପରିକି ଜନଗହଳୀପୂର୍ଣ୍ଣ ସ୍ଥାନରେ ସ୍କୁଲ କଲେଜ ସମୟରେ ପୌରପାଳିକାର ଏହି ଅଳିଆ ବୁହା ଗାଡ଼ି ରାସ୍ତା ଅବରୋଧ କରି ମାଲ ଉଠାଉଥିବା ଦେଖିବାକୁ ମିଳୁଛି । ସ୍ୱଛ ସର୍ବେକ୍ଷଣରେ ନିଜ ର‌୍ୟାଙ୍କରେ ଉନ୍ନତି ଆଣିବାକୁ ପୌର କର୍ତ୍ତୃପକ୍ଷ ତତ୍ପର । ତେଣୁ ଭଦ୍ରକ କର୍ତ୍ତୃପକ୍ଷ ଏବେ ସ୍ୱଛତା ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । କାନ୍ଥବାଡ଼କୁ ବିଭିନ୍ନ ଚିତ୍ରକଳାରେ ରଙ୍ଗାୟିତ କରି ସହରବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ପୌରବାସୀଙ୍କ ଠାରୁ ୟୁଜର୍ସ ଫି ଆଦାୟ କରାଯିବା ସହ ସହରକୁ ସ୍ୱଚ୍ଛ ରଖିବାକୁ ନିବେଦନ କରାଯାଉଛି । ସମସ୍ତ ୱାର୍ଡ଼ରେ ପୌରପାଳିକା ପକ୍ଷରୁ ପରିମଳ ବ୍ୟବସ୍ଥାର ବ୍ୟାପକ ଉନ୍ନତିକରଣ ପାଇଁ ଉଦ୍ୟମ ଜାରୀ ରହିଛି ।

ଏହି କ୍ରମରେ ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଟ୍ରିପ୍ ଅଳିଆ ସଂଗ୍ରହ କରାଯାଇ ଚରମ୍ପା ନିକଟସ୍ଥ ଧାମରା ରେଳଲାଇନ ଓଭରବ୍ରିଜ ନିକଟରେ ଥିବା ଡମ୍ପୟାର୍ଡ଼ରେ ପକାଯାଉଛି । କିନ୍ତୁ ଏହି ଅଳିଆ ପରିବହନ ସମୟରେ ପୌର କର୍ତ୍ତୃପକ୍ଷ ସାମାନ୍ୟତମ ସତର୍କତା ଅବଲମ୍ବନ କରୁନଥିବା ପରିଲକ୍ଷିତ ହେଉଛି । ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜନସାଧାରଣଙ୍କୁ ସୁରକ୍ଷା ଓ ସୁବିଧା ପାଇଁ ମାଲ ପରିବହନ କରିବା ବା ସ୍ଥାନାନ୍ତର ସମୟରେ, ଉକ୍ତ ଯାନ ଉପରି ଭାଗକୁ କପଡ଼ା କିମ୍ବା ପଲିଥିନରେ ଘୋଡ଼ାଇ ରଖିବା କଥା । କିନ୍ତୁ ଅଳିଆ ବୋହୁଥିବା ଟ୍ରାକ୍ଟରର ଚାଳକ କିମ୍ବା ଏହି ବ୍ୟବସ୍ଥାକୁ ସୁପରଭାଇଜ କରୁଥିବା କର୍ମଚାରୀ ଏହି ଦିଗ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । ଫଳରେ ଅଳିଆ ପରିବହନ ସମୟରେ ରାସ୍ତା ସାରା ଆବର୍ଜନା ପଡ଼ିପଡ଼ି ଯାୁଛି ଓ ପରିବେଶ ଦୂଷିତ ହେଉଛି । ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ନ୍ୟାୟାଳୟଙ୍କ ପରାମର୍ଶ ପ୍ରତି ପୌର କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ପୌରବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.