Home ଓଡ଼ିଶା ଉତମ ତଦନ୍ତ କାର୍ଯ୍ୟଦକ୍ଷତା ଓ ଅପରାଧିଙ୍କୁ ଅଦାଲତରେ ଦଣ୍ଡିତ କରିଥିବାରୁ ମହିଳା ସବଇନିସପେକ୍ଟର ଜାତୀୟସ୍ତରରେ କେନ୍ଦ୍ର...

ଉତମ ତଦନ୍ତ କାର୍ଯ୍ୟଦକ୍ଷତା ଓ ଅପରାଧିଙ୍କୁ ଅଦାଲତରେ ଦଣ୍ଡିତ କରିଥିବାରୁ ମହିଳା ସବଇନିସପେକ୍ଟର ଜାତୀୟସ୍ତରରେ କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କୃତ ହେବେ

112

ମାଲକାନଗିରି,୧୨ା୮ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଅପରାଧ ରୋକିବା ଉତମ ଭାବେ ତଦନ୍ତ କରି ଅପରାଧି ମାନଙ୍କୁ ଅଦାଲତରେ ସଜା ଦେବା କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ପାଇଁ ମହିଳା ସବଇନିସ୍‌ପେକ୍ଟର ସନ୍ତୋଷି ବାରିକଙ୍କୁ ଉତମ ତଦନ୍ତପାଇଁ ଜାତୀୟସ୍ତରରେ ୟୁନିୟନ ହୋମ ମିନଷ୍ଟ୍ରୀ ମେଡେଲ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏ ସଂପର୍କରେ ଆଜି ୟୁନିୟନ ହୋମ ମିନୀଷ୍ଟ୍ରୀ ଦିଲ୍ଲୀ ରୁ ଏକ ଚିଠି ଓଡିଶା ରାଜ୍ୟପୁଲିସ ବିଭାଗକୁ ଆସିଥିବାର ଜଣାପଡିଛି । ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ଉଲେଖ୍ୟନିୟ ତଦନ୍ତ ଓ ଅପରାଧ ରୋକିବା କ୍ଷେତ୍ରରେ କାର୍ଯ୍ୟଦକ୍ଷତା ପ୍ରଦର୍ଶନକରିଥିବା ୧୨୧ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ୟୁନିୟନ ହୋମ ମିନୀଷ୍ଟ୍ରୀ ପକ୍ଷରୁ ପୁରସ୍କୃତ କରିବା ପାଇଁ ନିସ୍ପତି ନିଆଯାଇଛି ସେଥିମଧ୍ୟରୁ ୧୧୫ କ୍ରମିକ ନମ୍ବରରେ ଓଡିଶା ରାଜ୍ୟର ମହିଳା ସବଇନିସପେକ୍ଟର ସନ୍ତୋଷିବାରିକ ଙ୍କ ନାମ ରହିଛି ।ଏସଆଇ ବାରିକ ମାଲକାନଗିରି ଆଦର୍ଶ ଥାନାର ମହିଳା ଡେକ୍ସର ସବଇନିସପେକ୍ଟର ଭାବେ କାମକରୁଥିବା ବେଳେ ଗତ ବର୍ଷ ରାଜ୍ୟକ୍ରାଇମ ବ୍ରାଚଂ ପୁଲିସ ବିଭାଗ ପକ୍ଷରୁ ରାଜ୍ୟପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ତତ୍‌କାଳିନ ରାଜ୍ୟପୁଲିସ ମହାନିର୍ଦ୍ଦେଶକ ଡ.ବି.କେ. ଶର୍ମା ମହିଳା ସବଇନିସପେକ୍ଟର ସନ୍ତୋଷି ବାରିକ ଙ୍କୁ ପୁରସ୍କୃତ କରିଥିଲେ । ମାଲକାନଗିରି ଜିଲ୍ଲାରେ ଦୁସ୍କର୍ମ,ହତ୍ୟା, ଡକାଏତୀ,ଚୋରୀ .ଶିଶୁ ଓ ମହିଳା ନିର୍ଯାତନା ଆଦି ଜଘନ୍ୟ ଅପରାଧ କୁ ରୋକିବା ସହିତ ଅପରାଧୀମାନଙ୍କ ମାମଲାର ଠିକ ତଦନ୍ତକରି ସେମାନଙ୍କୁ ଯଥାଶିଘ୍ର ଗିରଫକରିବା ଓ ଅପରାଧର ବିବରଣି ଠିକଭାବେ ଉପସ୍ଥାପନ କରି କୋର୍ଟକୁ ଅବଗତ କରିଥିବାରୁ ଅପରାଧୀ ମାନେ ନ୍ୟାୟଳୟରେ ଦଣ୍ଡିତ ହୋଇ ପାରିଥିବାରୁ ଏସଆଇ ସନ୍ତୋଷିଙ୍କୁ ପୁବ ର୍ରୁ ରାଜ୍ୟସ୍ତରେ ପୁରସ୍କୃତ ସହିତ ସମ୍ମାନିତ କରାଯାଇଛି । ସୁଚନା ଯୋଗ୍ୟ ଯେ ଗତ ବର୍ଷ ପୋଟ୍ରେଲ ସେବାଆଶ୍ରମର ଜଣେ ନାବାଳିକା ଛାତ୍ରାଙ୍କୁ ସେହି ବିଦ୍ୟାଳୟର ରୋଷେୟା ଦୁସ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ଅପରାଧିଙ୍କୁ ଗିରଫ କରାଯାଇ କୋର୍ଟ ଚଚାଲାଣ କରାଯାଇଥିଲା । ଏହି କେସଟି କୁ ମହିଳା ଏସଆଇ ସନ୍ତୋଷି ବାରିକ ସୁଚାରୁ ଭାବେ ତଦନ୍ତକିର କୋର୍ଟକୁ ଉପଯୁକ୍ତ ପ୍ରମାଣ ଯୋଗାଇ ଦେଇ ଥିବାରୁ ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କ ବିଚାରକରି ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ । ଗତ କିଛି ମାସହେଲା ମହିଳା ସବଇନିସପେକ୍ଟର ରାୟଗଡା ଜିଲ୍ଲାକୁ ବଦଳି ହୋଇ ବିଷମକଟକ ଥାନାରେ କାର୍ଯ୍ୟରତ ଅଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.