Home ଜିଲ୍ଲା ପରିକ୍ରମା ଉଠା ଟ୍ରଲି ଦୋକାନୀଙ୍କ ଉପରେ ପ୍ରଶାସନର ଦରଦ କାହିଁକି!, ଉଛେଦ ପରେବି ସହରରେ ଟ୍ରାଫିକ୍ ସମସ୍ୟା...

ଉଠା ଟ୍ରଲି ଦୋକାନୀଙ୍କ ଉପରେ ପ୍ରଶାସନର ଦରଦ କାହିଁକି!, ଉଛେଦ ପରେବି ସହରରେ ଟ୍ରାଫିକ୍ ସମସ୍ୟା ହଟୁନି

26

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାବେଳେ ଉଠା ଟ୍ରଲି ଦୋକାନୀମାନଙ୍କ ପ୍ରାଦୁର୍ଭାବରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଗୋଟିଏ ପଟେ ପ୍ରଶାସନ ବ୍ୟସ୍ତବହୁଳ ବନ୍ତଛକ ପୋଲର ଦୁଇପାଶ୍ୱର୍ ଓ ସହରର ମୁଖ୍ୟ ରାସ୍ତା ପାଶ୍ୱର୍ରୁ ଏହି ଟ୍ରଲି ଓ ଉଠା ଦୋକାନୀଙ୍କୁ ହଟାଉଥିବାବେଳେ ମୁଖ୍ୟତଃ ବନ୍ତଛକ ପୋଲର ଦୁଇପାଶ୍ୱର୍ରେ ସେମାନଙ୍କର ହୁକୁମାତି ହଟୁନାହିଁ। ଫଳରେ ଉଭୟ ପାଶ୍ୱର୍ ରାସ୍ତାରେ ସାଧାରଣ ଜନତାଙ୍କ ସମେତ ବାଲେଶ୍ୱର ଓ ଭୁବନେଶ୍ୱର ଯାଉଥିବା ବସ୍ ଗୁଡିକ ଯିବାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ତେବେ ଗତକାଲି ରାତିରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲାପାଳ ମନୋଜ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଖୁଂଟିଆ ଓ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ବନ୍ତଛକର ଉଭୟ ପାଶ୍ୱର୍ ଡିଭାଇଡର ପରେ ଥିବା ୩.୬ ଫୁଟ୍ ସ୍ଥାନକୁ ରାସ୍ତା ସଂପ୍ରସାରଣରେ ମିଶାଇ ଅବଶିଷ୍ଟ ସ୍ଥାନରେ ପେଭର ପକାଇବାର ବନ୍ଦୋବସ୍ତ କରାଯିବା ନେଇ କ୍ଷେତ୍ରୀୟ ତଦନ୍ତ କରିଛନ୍ତି। ଏବଂ ଏହି ପ୍ରକ୍ରିୟା ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଛି। ତେବେ ଲୋକଙ୍କ କହିବା ମୂଳେ ଭଦ୍ରକ ସହର ରେ ଉଠାଦୋକାନୀ ଙ୍କ ଉପରେ ପ୍ରଶାସନ ର ଲଗାମ ନାହିଁ । ଜବର ଦଖଲ ଉଛେଦ ପରେ ମଧ୍ୟ ଜାଗା ଛାଡୁ ନାହାନ୍ତି । ପୂର୍ବ ଭଳି ରାସ୍ତା ପାଶ୍ୱକୁ ମାଡି ବସି ବେପାର ଚଳାଇଛନ୍ତି । ଭଦ୍ରକ ସହର ରେ ବଢ଼ି ଚାଲିଥିବା ଉଠା ଦୋକାନ ଏବଂ ଟ୍ରଲି ବ୍ୟବସାୟୀ ଙ୍କ ଯୋଗୁ ପ୍ରଶାସନ ବାଧ୍ୟ ହୋଇ ସହର ରେ ଜବର ଦଖଲ ଅଭିଯାନ ଆରମ୍ଭ କରିଥିଲେ । ସହରରେ ଏହି ଅଭିଯାନ ବର୍ତମାନ ମଧ୍ୟ ବଳ ବତର ରହିଛି । ତେବେ ଜବର ଦଖଲ ଉଛେଦ ଚାଲିଥିବା ଏବଂ ଉଛେଦ ସ୍ଥାଇ ବ୍ୟବସାୟୀଙ୍କୁ ପ୍ରଶାସନ ଏଯାଏ ଥଇଥାନ କରିନଥିବା ବେଳେ ସହର ରେ ପୁଣି ଉଠା ଦୋକାନୀ ଙ୍କ ଦୌରାତ୍ମ ସାଧାରଣ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । କିଛି ଦିନ ପ୍ରଶାସନ ଏଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ପ୍ରଶାସନିକ କଟକଣା କୁ ଖାତିର ନକରି ପୁଣି ରାସ୍ତା ପାଶ୍ୱକୁ ଅବରୋଧ କରୁଥିବା ଉଠା ଦୋକାନୀଙ୍କ ବିରୁଧରେ ପୋଲିସ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଫଳରେ କିଛିଦିନ ପାଇଁ ସହର ଉଠାଦୋକାନୀ ଙ୍କ କବଳରୁ ମୁକ୍ତ ରହିଥିଲା । ହେଲେ ଏନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇଯିବା ପରେ ବେଫିକର ହୋଇଛନ୍ତି ଉଠା ଦୋକାନୀ । ପ୍ରଶାସନ ଖାଲି କରିଥିବା ଜାଗାରେ ଟ୍ରଲି ଲଗାଇ ନଚେତ ଅସ୍ଥାୟୀ ପଲିଥିନ/ ଛତା ଲଗାଇ ପୁରା ସହରକୁ ମାଡି ବସିଲେଣି । ଏପରିକି ଖାଲି ସ୍ଥାନରେ ବସିବାକୁ ପରସ୍ପର ମାଡ ମରାମରିର ମଧ୍ୟ ଦୃଶ୍ୟ ନଜର କୁ ଆସିଛି । ରାସ୍ତା କଡ଼ରେ ଫଳ ଠାରୁ ଆରମ୍ଭ କରି ପନିପରିବା ଏପରିକି ଲୁଗାପଟା ପକାଇ ବିକ୍ରି କରୁଥିବା ନଜର କୁ ଆସିଛି । ଉଠାଦୋକାନୀ ଙ୍କ ଯୋଗୁ ପୂର୍ବ ଭଳି ପୁଣି ସହର ଯଥା ପୂର୍ବଙ୍ଗ ତଥା ପର ହୋଇଛି । ଯାହାକି ସହରବାସୀଙ୍କ ପାଇଁ ପୁଣି ବଡ଼ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଲୋକଙ୍କ କହିବା କଥା ହେଲା ପ୍ରଶାସନ ନିର୍ଦେଶ ମାନି ରାସ୍ତା ପାର୍ଶ୍ୱରେ ଶହ ଶହ ବର୍ଷ ଧରି ସ୍ଥାଇ ଦୋକାନ କରିଥିବା ଲୋକେ ସେମାନଙ୍କ ଜୀବନ ଜୀବିକା ହରାଇ ଭୋକ ଉପାସରେ ଦିନ କାଟୁଥିବା ବେଳେ କାହା ସ୍ୱାର୍ଥରେ ପ୍ରଶାସନ ଉଠା ଦୋକାନୀଙ୍କୁ ରାସ୍ତା କଡ଼ରେ ବେଧଡକ ବ୍ୟବସାୟ କରିବାକୁ ଛାଡି ଦେଇଛନ୍ତି ତାହା ଆଲୋଚନାର ବିଷୟ ହୋଇଛି । ପ୍ରଶାସନ ଏଦିଗରେ ଅଧିକ ସଜାଗ ଏବଂ ସତର୍କ ହେବା ସହିତ ସହରକୁ ଉଠା ଦୋକାନୀଙ୍କ କବଳ ରୁ ମୁକ୍ତ ରଖିବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.