Home ଜିଲ୍ଲା ପରିକ୍ରମା ଉଜ୍ଜ୍ୱଳା ଯୋଜନା ର ସାନିଟାରୀ ନାପକିନ୍ କାର୍ଯ୍ୟକ୍ରମର ସୁଭାରମ୍ଭ

ଉଜ୍ଜ୍ୱଳା ଯୋଜନା ର ସାନିଟାରୀ ନାପକିନ୍ କାର୍ଯ୍ୟକ୍ରମର ସୁଭାରମ୍ଭ

589

ମାଲକାନଗିରି,୩୧ା୧୨(ଓଡିଆ ପୁଅ ) ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ରେ ସାନିଟେରି ନାପକିନ୍ କାର୍ଯ୍ୟକ୍ରମ ମାଲକାନଗିରି ବ୍ଲକସ୍ଥ ପଦ୍ମଗିରି ପଚାଂୟତ ରେ ଶୁଭାରମ୍ଭ ହୋଇଛି । କେନ୍ଦ୍ର ପେଟ୍ରେଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆର.ଆଇ.ଓ.ସିଏଲ, ବିପିସିଏଲ, ଏଚପିଏସିଏଲ ର ମିଳିତ ଭାବେ ମାଲକାନଗିରି ଜିଲ୍ଲାର ମହିଳାମାନଙ୍କ ପାଇଁ ଉଜ୍ଜଳା ସାନିଟାରୀ ନାପ୍କିନ୍ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମାଲକାନଗିରି ବ୍ଲକସ୍ଥ ପଦ୍ମଗିରି ପଚାଂୟତ ସଭାଗୃହରେ ଜନସେବା କେନ୍ଦ୍ରର ପରିଚାଳକ ମୌମ୍ୟରଜଂନ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସାମାଜିକ ବିକାଶ ପ୍ରଫେସନାଲ ସ୍ଥିତି ପଜ୍ଞା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଓଡିଶାରେ ସାନିଟାରୀ ନାପ୍ କିନ୍ ବ୍ୟବହାର ଶତକଢା ୩୩.୫ ପ୍ରତିଶତ ରହିଛି,ରାଜ୍ୟର ଏହି ସ୍ଥିତିକୁ ସୁଧାରିବା ପାଇଁ ୩୦ଟି ଜିଲ୍ଲା ର ୯୩ଟି ବ୍ଲକରେ ସାଧରଣ ସେବା କେନ୍ଦ୍ରଗୁଡିକରେ ଅଏହି ଯୋଜନାରେ ୧୦୦ଟି ଆଚଂଳିକ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ କରାଯିବ,ଏହା ଦ୍ୱାରା ମହିଳା ମାନେ ରାହିତି ମୂଲ୍ୟରେ ନାପକିନ୍ ପାଇପାରିବେ ବୋଲି  ମଚାଂସିନ ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ମହିଳା ମୋର୍ଚାର ସଭାନେତ୍ରୀ   ପୂର୍ଣୀମା ମଜୂମଦାର,ପଦ୍ମଗରି ସରପଚଂ ରମାମଣିନାୟକ,ପଚଂବଟୀ ଗ୍ୟାସ ଏଜେନ୍ସି ବିତରକ ବିଷ୍ଣୁପ୍ରସାଦ ମିଶ୍ର,ଗ୍ରାମ୍ୟ ଉଦ୍ୟୋଗକାରୀ ଶିବପ୍ରସାଦ ସାହୁ,ବିଜନ କିର୍ତନୀୟା ପ୍ରମୁଖ ଯୋଗଦେଇ ନାପକିନ ର ବ୍ୟବହାର ଓ ଉପକାରିତା ସଂପର୍କରେ କହିଥିଲେ । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣକୁ ଟେଲିଭିଜନ ମାଧ୍ୟମରେ ସିଧାପ୍ରସାରଣ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମଗିରି ପଚାଂୟତର ପ୍ରାୟ ୫୦୦ରୁ ଉର୍ଦ୍ଦ ମହିଳା ମେନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.