Home ଜିଲ୍ଲା ପରିକ୍ରମା ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ ପାଳିତ

ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ ପାଳିତ

93

ନୟାଗଡ଼, ୨୭ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଡିଆରଡିଏ ସୃଜନ କକ୍ଷରେ ଜିଲ୍ଲାସ୍ତରୀୟ ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ ମହୋତ୍ସବ କେନ୍ଦ୍ର ସରକାରଙ୍କ ବିଦ୍ୟୁତ ବିଭାଗ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଷିଶ ପଟ୍ଟନାୟକ ଯୋଗଦେଇଥିଲାବେଳେ ଅନ୍ୟତମ ଅତିଥିଭାବେ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ପିଡି ଡିଆରଡିଏ ସୁବସ ଚନ୍ଦ୍ର ରାୟ ଓ ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀମାୋନ ଯୋଗଦେଇ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଜାରି ରହିଥିବା ଆଜାଦୀକା ଅମୃତ ମହୋତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଦ୍ୟୁତ ଉତ୍ପାଦନ, ବିଦ୍ୟୁତ ସେବା ଆଦି ବିଦ୍ୟୁତ ସଂରକ୍ଷଣ ଉପରେ ଉପସ୍ଥିତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଦଳର କର୍ମକର୍ତ୍ତା ଆଗରେ ପ୍ରଦର୍ଶିତ ହୋଇଥିଲା। ଏଥିସହିତ କିପରି ଉପଭୋକ୍ତାମାନଙ୍କୁ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମକୁ ଲୋକାଭିମୂଖୀ କରିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.