Home Top News ଆଜି ଚେନ୍ନାଇରେ ୪୪ ତମ ଚେସ୍ ଅଲିମ୍ପିଆଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆଜି ଚେନ୍ନାଇରେ ୪୪ ତମ ଚେସ୍ ଅଲିମ୍ପିଆଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

51

ପ୍ରଥମ ଥର ପାଇଁ ଭାରତରେ ଚେସ୍ ଅଲିମ୍ପିଆଡ୍ ଆୟୋଜିତ ହେଉଛି

ଏହି ପ୍ରତିଯୋଗିତାରେ ଭାରତ ବର୍ତ୍ତମାନ ସୁଦ୍ଧା ଏହାର ସବୁଠୁ ବଡ ଦଳକୁ ଛାଡିଛି

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ର ଶୁଭାରମ୍ଭ କରିବେ। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ପ୍ରଧାନମନ୍ତ୍ରୀ ଜୁନ ୧୯, ୨୦୨୨ ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ ଟର୍ଚ୍ଚ ରିଲେର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ଟର୍ଚ୍ଚ ଯାତ୍ରା ସ୍ୱିଜରଲ୍ୟାଣ୍ଡ ସ୍ଥିତ ଏଫ୍ଆଇଡିଇ ମୁଖ୍ୟ କାର‌୍ୟ୍ୟାଳୟକୁ ଯିବା ପୂର୍ବରୁ ୪୦ ଦିନରେ ୨୦, ୦୦୦ କିଲୋମିଟର ଯାତ୍ରାରେ ୭୫ ଟି ପବିତ୍ର ସ୍ଥାନ ଅତିକ୍ରମ କରି ମହାବଲିପୁରମରେ ଶେଷ ହୋଇଥିଲା।

ଚେନ୍ନାଇରେ ଜୁଲାଇ ୨୮ ରୁ ଅଗଷ୍ଟ ୯, ୨୦୨୨ ପର‌୍ୟ୍ୟନ୍ତ ୪୪ ତମ ଚେସ୍ ଅଲିମ୍ପିଆଡ୍ ଅନୁଷ୍ଠିତ ହେଉଛି। ୧୯୨୭ ମସିହାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଏବଂ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି। ୧୮୭ ଟି ଦେଶକୁ ନେଇ ଆୟୋଜିତ ଯେକୌଣସି ଚେସ ଅଲିମ୍ପିଆଡ଼ରେ ଏହା ସବୁଠାରୁ ବଡ ଅଂଶଗ୍ରହଣ ହେବ। ୬ ଟି ଦଳରେ ୩୦ ଜଣ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଭାରତ ମଧ୍ୟ ସର୍ବ ବୃହତ ଦଳ ଭାବେ ଯୋଗ ଦେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.