Home କଟକ  ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସତ୍ୟବ୍ରତ ପ୍ରଧାନଙ୍କ ପରଲୋକ

 ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସତ୍ୟବ୍ରତ ପ୍ରଧାନଙ୍କ ପରଲୋକ

110

କଟକ ୧୩ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଶା ହାଇକୋର୍ଟର ଜଣେ ଆଗଧାଡିର ଆଇନଜୀବୀଙ୍କର ଆଜି ଏକ ଘରୋଇ ହସ୍ପିଟାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବା ପରିବାର ସୁତ୍ରରୁ ଜଣାପଡିଛି। ଗତ କିଛି ଦିନ ହେଲା ଗୁରୁତର ଅବସ୍ଥାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଇନଜୀବୀ ସତ୍ୟବ୍ରତ ପ୍ରଧାନଙ୍କ ଫୌଜଦାରୀ ମାମଲା ପରିଚାଳନାରେ ଅଗାଧ ଦକ୍ଷତା ଥିଲା। ସେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବହୁ ଗୁରୁତ୍ତ୍ବପୂର୍ଣ୍ଣ ମାମଲାର ପରିଚାଳନା କରିଥିଲେ। ଆଇନଜୀବୀ ସତ୍ୟବ୍ରତ ପ୍ରଧାନ କଟକର କଳିଗଳିରେ ରହୁଥିଲେ। ତାଙ୍କ ଅକାଳ ବିୟୋଗରେ ଆଇନଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.