Home ଓଡ଼ିଶା ଉଚ୍ଚଶିକ୍ଷୀତ ଯୁବତୀର ଆତ୍ମହତ୍ୟା,ପୁଲିସର ତଦନ୍ତ ଆରମ୍ଭ

ଉଚ୍ଚଶିକ୍ଷୀତ ଯୁବତୀର ଆତ୍ମହତ୍ୟା,ପୁଲିସର ତଦନ୍ତ ଆରମ୍ଭ

273

ମାଲକାନଗିରି,୧୦ା୭ (ଓଡିଆ ପୁଅ ) ମାଲକାନଗିରି ଥାନାସ୍ଥ ୧୧୯ କୋଲୋନୀର ଜଣେ ଉଚ୍ଚଶିକ୍ଷୀତ ଯୁବତୀ ନିଜ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଏହିଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି । ୧୧୯କଲୋନୀ ରେ ଗତକାଲି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜିଲ୍ଲାହସପିଟାଲରେ କାର୍ଯ୍ୟରତ ଭାଗିରଥୀ ପାଣିଗ୍ରାହୀ ଙ୍କ ଏକ ମାତ୍ର ଉଚ୍ଛଶିକ୍ଷୀତ ଝିଅ ସାବିତ୍ରୀ ପାଣିଗ୍ରାହୀ(୨୭) ନିଜ ଶୋଇବା ଘରେ ଗତ କାଲି ସନ୍ଧ୍ୟାରେ ନିଜବେକରେ ଫିସାଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଘରେ ବାପା ମା କେହି ନଥିବା ବେଳେ ସେ ଫାସିଲଗାଇ ଦେଇଥିଲେ । ମା ଘରକୁ ଆସି ଦେଖିଲା ବେଳକୁ ଝିଅ ତାର ଶୋଇବା ଘର ଓରାରେ ଝୁଲୁଛି । ସେ ଚିତ୍କାର କରି ଡାକପକାଇଥିଲେ ।ପାଖପଡିଶା ଓ ପରିବାର ଲୋକେ ସାବିତ୍ରୀ ଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସପିଟାଲକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାର ସାବିତ୍ରୀଙ୍କର ମୃତ୍ୟୁହୋଇ ଯାଇଛି । ଏହି ଘଟଣା ଜାଣିବା ପରେ ଆଜି ମାଲକାନଗରି ଥାନା ପୁଲିସ ହସପିଟାଲ ରେ ପହଁଚି ମୃତ ଶରୀରର ଜବତକରି ଶବ ବ୍ୟବଛେଦ ପରେ ତାଙ୍କପରିବାରଙ୍କୁ ହସ୍ତାନ୍ତର କରିଛନ୍ତି । ମାଲକାନଗରି ଥାନା କେସ ନମ୍ବର ୨୫୪/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଛନ୍ତି । ସୁଚନା ଯୋଗ୍ୟ ଯେ ଶ୍ରୀ ପାଣିଗ୍ରାହୀଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ, ଗତ ୫ବର୍ଷତଳେ ମୋବାଇଲ ଫୋନ ବାପା କିଣି ନ ଦେବାରୁ ୧୬ବର୍ଷର ପୁଅ ଆତ୍ମହତ୍ୟା କରିଦେଇଥିବା ବେଳେ ତାଙ୍କର ଗୋଟିଏ ମାତ୍ର ଅଲିଅଳି ଝିଅ ସାବିତ୍ରୀ ମେଧାବି ଛାତ୍ରୀ ଥିବାରୁ ତାକୁ ଉଚ୍ଚଶିକ୍ଷୀତ କରିଥିଲେ ।ଗତ କିଛି ଦିନତଳେ ସେ ଝିଅର ବିବାହ ପାଇଁ ବର ପାତ୍ର ଖୋଜୁଥିବା ବେଳେ ଗତ କାଲି ସାବିତ୍ରୀ ଫାସିଲଗାଇ ଆତ୍ମହତ୍ୟା କରିଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣା ପରେ ବାପା ଭାଗିରଥି ଓ ମା ଙ୍କର ଆଖିରୁ ଲୁହ ଶୁଖୁ ନାହିଁ,ପ୍ରଥମେ ପୁଅ ପରେ ଝିଅ କୁ ହରାଇ ବାପା ମା ମାନସିକ ଆଘାତ ପାଇଛନ୍ତି । ଉଚ୍ଚଶିକ୍ଷୀତ ଝିଅ ସାବିତ୍ରୀର ମୃତ୍ୟୁରେ ୧୧୯ କଲୋନୀରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.