Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ବିରୋଧରେ ମାମଲା

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ବିରୋଧରେ ମାମଲା

225

ପୁରୀ ୮/୦୯,(ଓଡ଼ିଆ ପୁଅ ପି ନାଏକ): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ବିରୋଧ କରି ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ପକ୍ଷରୁ ଆଜି ସଂନ୍ଧ୍ୟାରେ ଏହି ଏତଲା ଦିଆଯାଇଛି। ପଞ୍ଜାବର ଲୁଧିୟାନା ସହରରେ ଇସ୍କନ୍ ସଂସ୍ଥାର ଅମିତ୍ ଗର୍ଗ ଅଦିନିଆରେ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତି ସହ ଭକ୍ତଙ୍କ ଭାବାବେଗକୁ ଅପମାନିତ କରିଥିବା ଏତଲାରେ ଦର୍ଶାଯାଇଛି। ବିଧିବିଧାନ ଅନୁଯାୟୀ ଆଷାଢ଼ ଶୁକ୍ଳ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଥିବା

ବେଳେ ଲୁଧିୟାନାରେ  ଇସ୍କନ ପକ୍ଷରୁ ନଭେମ୍ୱର ୧୭ ତାରିଖରେ କିଭଳି ରଥାଯାତ୍ରା କରିବେ ସେନେଇ ବିରୋଧ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅପମାନ କରିଥିବାରୁ ଆଇପିସିର ଦଫା ୧୫୩ କ, ୧୨୦ ବି, ୨୯୫ ଏ, ୨୯୬, ୨୯୭ ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.