Home ଜିଲ୍ଲା ପରିକ୍ରମା ଇଫ୍‌କୋ ପକ୍ଷରୁ ଭଦ୍ରକରେ କର୍ମଶାଳା

ଇଫ୍‌କୋ ପକ୍ଷରୁ ଭଦ୍ରକରେ କର୍ମଶାଳା

38

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସଂସ୍କୃତି ଭବନ ଠାରେ ସମିତି ସଂପାଦକ, ଏଆରସିଏସ୍ ଅଫିସ୍ କର୍ମଚାରୀ, ମାର୍କଫିଡ୍‌, କୃଷି କର୍ମଚାରୀ ମାନଙ୍କୁ ନେଇ ଇଫ୍‌କୋ ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ସଦାନନ୍ଦ ବେହେରା, ଉପସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀ, ଇଫ୍‌କୋର ଏରିଆ ମେନେଜର ସୁଦର୍ଶନ ପଣ୍ଡା, ମାର୍କଫିଡ୍‌ର ଏରିଆ ମେନେଜର ରାଜ କୁମାର ଦାସ, ସମବାୟ ନିରୀକ୍ଷକ ବସନ୍ତ କୁମାର ରଣା, ପ୍ରୀତିରେଖା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଏବଂ ଯୋଗଦେଇଥିବା ଅଫିସର ଓ କର୍ମଚାରୀମାନେ ନାନୋ ୟୁରିଆ, ନାନୋ ଡିଏପିର ଉପାଦେୟତା ଓ ଉପଯୋଗିତା ଉପରେ ବିଶେଷ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.