Home ଓଡ଼ିଶା ଆହୁରି ଦୁଇ ଦିନ ବର୍ଷା

ଆହୁରି ଦୁଇ ଦିନ ବର୍ଷା

1653

ଭୁବନେଶ୍ଵର,୨୩/୧୦,(ଓଡ଼ିଆ ପୁଅ ପି ନାୟକ): ଆରମ୍ଭ ହୋଇଯାଇଛି ବର୍ଷା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଫଳରେ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନେଇ ସତର୍କ ସୂଚନା ଜାରି କରାଯାଇଛି । ଯାହା ମଧ୍ୟରେ ଗଞ୍ଜାମ, ଗଜପତି, ରାଇଗଡ, ପୁରୀ, କନ୍ଧମାଳ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲା ସାମିଲ ରହିଛି । ତେବେ ଲଘୁଚାପ ପ୍ରଭାବରେ  ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.