Home Top News ଆସନ୍ତା ୧୪ ରୁ ଖୋଲିବ ସମସ୍ତ ପ୍ଲେ ସ୍କୁଲ୍

ଆସନ୍ତା ୧୪ ରୁ ଖୋଲିବ ସମସ୍ତ ପ୍ଲେ ସ୍କୁଲ୍

119

ଭୁବନେଶ୍ୱର ୯ -୨ (ଓଡ଼ିଆ ପୁଅ) ରାଜ୍ୟରେ କରୋନା ମହାମାରୀ କାରଣରୁ ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ପ୍ଲେ ସ୍କୁଲ୍ ବନ୍ଦ ଥିଲା। କରୋନା ସଂକ୍ରମଣରେ ହ୍ରାସ ଏବଂ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୪ରୁ ସମସ୍ତ ପ୍ଲେ ସ୍କୁଲ ଏବଂ କେଜି ଶ୍ରେଣୀ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ କଡ଼ା କରୋନା ନିର୍ଦ୍ଦେଶାବଳୀର ପାଳନ କରି ସମସ୍ତ ଅନୁଷ୍ଠାନର ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଟିକା ନେଇଥିବା ବାଧ୍ୟତାମୂଳକ ରଖାଯାଇଛି। ଶିକ୍ଷକ, ଅଣଶିକ୍ଷକ, ସପୋର୍ଟ ଷ୍ଟାଫ୍ ଡବଲ ଡୋଜ୍ ନେଇଥିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ଅଷ୍ଟମ, ନବମ, ଦଶମ, ଦ୍ୱାଦଶ ସହ ବିଶ୍ୱବିଦ୍ୟାଳୟରେ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ପୂର୍ବରୁ କେଜିଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ କ୍ଲାସ ୧୪ ତାରିଖଠାରୁ ଆରମ୍ଭ ହେବା ନେଇ ଘୋଷଣା କରାଯାଇଥିଲା। ତେବେ ମଙ୍ଗଳବାର ପ୍ଲେ ସ୍କୁଲ ମଧ୍ୟ ୧୪ ତାରିଖଠାରୁ ଖୋଲିବା ନେଇ ଘୋଷଣା କରାଯାଇଛି।

ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ, ୧୪ ଫେବୃଆରୀ, ୨୦୨୨ ରୁ ଏକାଡେମିକ୍ ଅଧିବେଶନ ୨୦୨୧-୨୨ ପାଇଁ ଘରୋଇ ପ୍ରି-ସ୍କୁଲ୍ (ପ୍ଲେ ଆଣ୍ଡ କେଜି) ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସଂପୃକ୍ତ ଘରୋଇ ପ୍ରି-ସ୍କୁଲ୍ ମ୍ୟାନେଜମେଣ୍ଟ ଦ୍ୱାରା କୋଭିଡ୍ ଉପଯୁକ୍ତ ଆଚରଣ ଅନୁସରଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.