Home Coronavirus Outbreak ଆସନ୍ତା ଶିକ୍ଷାବର୍ଷ ପାଇଁ ସ୍କୁଲ ଫି ବର୍ଦ୍ଧିତ ନକରିବା ସହ ୩ ମାସ ପାଇଁ ସଂପୂର୍ଣ୍ଣ...

ଆସନ୍ତା ଶିକ୍ଷାବର୍ଷ ପାଇଁ ସ୍କୁଲ ଫି ବର୍ଦ୍ଧିତ ନକରିବା ସହ ୩ ମାସ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି ସଂପୂର୍ଣ୍ଣ ଛାଡ କରାଯାଉ : ଶ୍ରୀ ପ୍ରଦୀପ୍ତ ନାଏକ

247

ଲକ୍‌ଡାଉନ୍‌ରେ ପ୍ରଭାବିତ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳନେତାଙ୍କ ଦାବି

ଭୁବନେଶ୍ୱର, ୦୩/୦୫ (ଓଡ଼ିଆ ପୁଅ) : ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ୍ କାରଣରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ଭିତରେ ଘରେ ରହି ପାଠ ପଢୁଛନ୍ତି। ଶିକ୍ଷାନୁଷ୍ଠାନଗୁଡିକ ଖୋଲା ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟ ପଟେ ଲକ୍‌ଡାଉନ୍ ପରିସ୍ଥିତିରେ ସମସ୍ତଙ୍କର ରୋଜଗାର ଏକପ୍ରକାରର ଠପ୍ ହୋଇଯାଇଥିବେଳେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆର୍ଥୀକ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଫି ସଂପୂର୍ଣ୍ଣ ଛାଡ କରିବା ପାଇଁ ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ଲିଖିତ ନିର୍ଦ୍ଦେଶ ଦେବାକୁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଦାବି କରିଛନ୍ତି।

ଶ୍ରୀ ନାଏକ କହିଛନ୍ତି ଯେ, ୩ ମାସ ପର୍ଯ୍ୟନ୍ତ ସ୍କୁଲ ଫି ଆଦାୟ ସ୍ଥଗିତ ରଖିବାକୁ କିମ୍ବା ଛାଡ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ପରାମର୍ଶ ଦେଇଥିଲେ। ମାତ୍ର କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦର୍ଶାଇ ସ୍କୁଲ ଫି ଛାଡ କରିବାକୁ ଇଚ୍ଛା ପ୍ରକାଶ କରିବା ସହ ବିଳମ୍ବରେ ଆଦାୟ କରିବାର ନିଷ୍ପତି ଘରୋଇ ସ୍କୁଲ ମହାସଂଘ ନିଷ୍ପତି ନେଇଛନ୍ତି। ଏଭଳି ନିଷ୍ପତି ଦ୍ୱାରା ଆର୍ଥକ ସଂକଟ ସମୟ ଦେଇ ଗତି କରୁଥିବା ଅଭିଭାବକମନଙ୍କ ଉପରେ ଆର୍ଥକ ବୋଝ ବଢିଯିବ। ତେଣୁ ଆଗାମୀ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି ବର୍ଦ୍ଧିତ ନକରିବା ସହ ଆସନ୍ତା ୩ ମାସ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ନାଏକ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.