Home ଜିଲ୍ଲା ପରିକ୍ରମା ଆସନ୍ତା ମାର୍ଚ୍ଚ ୨୮ ଓ ୨୯ରେ ଭାରତବନ୍ଦକୁ ସଫଳ କରିବାକୁ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍...

ଆସନ୍ତା ମାର୍ଚ୍ଚ ୨୮ ଓ ୨୯ରେ ଭାରତବନ୍ଦକୁ ସଫଳ କରିବାକୁ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଡାକରା

79

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ମାର୍ଚ୍ଚ ୨୮ ଓ ୨୯ରେ ଭାରତବନ୍ଦକୁ ସଫଳ କରିବାକୁ ଭଦ୍ରକରେ ମିଳିତ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିଅନ ପକ୍ଷରୁ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତାଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ସାରା ଦେଶର ୧୧ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ ରାଜ୍ୟ କେନ୍ଦ୍ର ବ୍ୟାଙ୍କ ବୀମା ଆଦି ସ୍ୱାଧୀନ କର୍ମଚାରୀ ଫେଡେରେସନ୍ ସମୂହ ପକ୍ଷରୁ ବିରୋଧ କରାଯାଇ ୧୨ଦଫା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ମାର୍ଚ୍ଚ ୨୮ ଓ ୨୯ଦୁଇ ଦିନ ବ୍ୟାପୀ ଧର୍ମଘଟକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଦୁଇ ଦିନିଆ ସର୍ବ ଭାରତୀୟ ଧର୍ମଘଟରେ ସମସ୍ତ ରେଳଷ୍ଟେସନ, ଏୟାରପୋର୍ଟ, ଜାତୀୟ ରାଜପଥ ଅବରୋଧ ଓ ରାସ୍ତାରୋକ ଏବଂ ବିକ୍ଷୋଭ କରାଯିବ। ଏହା ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯିବା ସହିତ ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ଭାବରେ ବନ୍ଦ କରାଯିବା ସହ ଧାରଣା ଦିଆଯିବ। ରାଜ୍ୟରେ ଶ୍ରମିକ, କୃଷକ, କର୍ମଚାରୀ ଓ ବୁଦ୍ଧିଜୀବି, ଜନସାଧାରଣ ସମୁହ ଧର୍ମଘଟକୁ ସମର୍ଥନ କରିବାକୁ ଏହି ବୈଠକରେ ଆହ୍ନାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାଲଗୋପାଳ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ୃ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ବୈଠକରେ ସିଆଇଟିୟୁର ସାଥୀ କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ପ୍ରଫୁଲ ପାଢୀ, ନିରଞ୍ଜନ ପାଣି, ଏଆଇସିସିଟିୟୁର ସାଥୀ ସମର ବଳ, ଜୟନ୍ତୀ ବିଶ୍ୱାଳ, ଏଆଇୟୁଟିୟୁସିର ରମେଶ ନାୟକ, ଏଆଇଟିୟୁସିର ରମେଶ ଜେନା, ଆଡଭୋକେଟ୍ ତଥା ସଙ୍ଗଠକ ସାଥୀ ଗିରିଧାରୀ ନାଥଙ୍କ ସମେତ ଶତାଧିକ କର୍ମୀମାନେ ଉପସ୍ଥିତ ରହି ଆଗାମୀ ଦୁଇ ଦିନିଆ ବନ୍ଦକୁ ସଫଳ କରିବାକୁ ଭଦ୍ରକବାସୀଙ୍କୁ ନିବେଦନ ଜଣାଇଛନ୍ତି।

ମିଳିତ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ୧୨ ଦଫାଦବୀ ମଧ୍ୟରେ ଚାରଟି ଶ୍ରମକୋର୍ଡ ଓ ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ଆଇନ୍ ବାତିଲ। କୃଷି ଆଇନ୍ ବାତିଲ ଏବଂ ପରବର୍ତ୍ତୀ ସଂଯୁକ୍ତ କିଷାନମୋର୍ଚ୍ଚ ୬ ଦଫାଦାବି ଗ୍ରହଣ। ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସଂପଦ ମୁଦ୍ର କରଣ ଯୋଜନା (ଏମଏନପି)କୁ ବାତିଲ, ମାସକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ, ଆୟକର ବାହାରେ ଥିବା ପରିବାରକୁ ମାସିକ ୭, ୫୦୦ ଟଙ୍କା ଦେବା ସହିତ ଖାଦ୍ୟ ସହାୟତା ପ୍ରଦାନ। ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ସହ ସହରାଞ୍ଚଳକୁ ନିଶ୍ଚିତ ରୋଜଗାର ଯୋଜନା ସହ ବିସ୍ତାରିତ କରିବା। ସମସ୍ତ ଅଣ ଆନୁଷ୍ଠାନିକ କ୍ଷେତ୍ରକୁ ସର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ। ଅଙ୍ଗନବାଡ଼ି, ଆଶା, ପାଚିକା ଭଳି ସ୍କିମ୍ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ, ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ। କୋଭିଡ୍ ମହାମାରୀ ସମୟରେ ଆଗଧାଡିର ଶ୍ରମିକମାନଙ୍କୁ ସୁରକ୍ଷା ଓ ସୁବିଧା ସହ ବୀମା ବ୍ୟବସ୍ଥା। ଜାତୀୟ ଅର୍ଥ ବ୍ୟବସ୍ଥାକୁ ପର୍ନ୍ନଜୀବିତ ଓ ପୁନ୍ନଉଦ୍ଧାର କରିବା ପାଇଁ ଧନିକ ବର୍ଗ ଉପରେ ସଂପଦ କର ଆଦି ବସାଇ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସେବା କ୍ଷେତ୍ରରେ ପୁଞ୍ଜିବିବେଶ ବୃଦ୍ଧି। ପେଟ୍ରୋଲିୟମ୍ ଉତ୍ପାଦନ ସାମଗ୍ରୀ ଉପରୁ ବିପୁଳ ପରିମାଣର କେନ୍ଦ୍ରୀୟ ଅବକାରୀ ଟିକସ୍ ହ୍ରାସ ଏବଂ ଦରଦାମ୍ ବୁଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଧିଷ୍ଟ ପଦକ୍ଷେପ ଗ୍ରହଣ। ଠିକା, ସ୍କିମ୍ ଶ୍ରମିକ ମାନଙ୍କୁ ସ୍ଥାୟୀ କରିବା ଏବଂ ସମସ୍ତଙ୍କ ପାଇଁ “ସମାନ କାମକୁ ସମାନ ମଜୁରୀ” ନୀତି ଲାଗୁ କରିବା। ଜାତୀୟ ପେନସନ୍ ଯୋଜନା ବାତିଲ କରି ପୁରୁଣା ପେନସନ୍ ଯୋଜନା ଲାଗୁ, କର୍ମଚାରୀ ପେନସନ ଯୋଜନା ଅଧିନସ୍ଥ ସର୍ବନିମ୍ନ ପେନସନରେ ଆଖିଦୃଶିଆ ବୁଦ୍ଧି କରିକୁ ଦାବି କରାଯାଇଛି। ଏହି ଦାବିକୁ ସଫଳ କରିବା ପାଇଁ ଦୁଇଦିନିଆ ଦେଶବ୍ୟାପି ଧର୍ମଘଟକୁ ସର୍ବାନ୍ତକରଣରେ ସଫଳ କରିବାକୁ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜନସାଧାରଣଙ୍କ ସହାୟତା କାମନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.