Home ଓଡ଼ିଶା ଆସନ୍ତା କାଲି ସ୍ବାଧୀନତା ଦିବସ, ୩୯ ଜଣ ପାଇବେ ପଦକ

ଆସନ୍ତା କାଲି ସ୍ବାଧୀନତା ଦିବସ, ୩୯ ଜଣ ପାଇବେ ପଦକ

200

ଭୁବନେଶ୍ୱର, ୧୪ା୮(ଓଡିଆ ପୁଅ /ପଙ୍କଜିନୀ ନାୟକ): ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ ୩୯ଜଣ ପୋଲିସଙ୍କୁ କର୍ମଚାରୀ ପଦକ ପ୍ରଦାନ କରାଯିବ ।

ଏହାଛଡା ଦୁଇଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମଧ୍ୟ ମିଳିବ ବୋଲି ସୂଚନା ମିଳିଛି । ତେବେ ଡିଏସପି ଜ୍ଞାନରଞ୍ଜନ ମହାପାତ୍ର ଓ ଏସପି ଅସୀମ ପଣ୍ଡା ପାଇବେ ରାଷ୍ଟ୍ରପତି ପଦକ । ଅନ୍ୟପଟେ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପୋଲିସ ପଦକ ମିଳିବ । ୨୬ଜଣଙ୍କୁ ସାହସିକତା ପାଇଁ ପୋଲିସ ପଦକ ମିଳିବ । କାଲିର କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.