Home ଓଡ଼ିଶା ଆସନ୍ତା କାଲି ଭିତରେ ସାରି ଦିଅନ୍ତୁ ବ୍ୟାଙ୍କ ସମ୍ବନ୍ଧିତ ଏହି କାମ, ନହେଲେ ଫସି ଯିବ...

ଆସନ୍ତା କାଲି ଭିତରେ ସାରି ଦିଅନ୍ତୁ ବ୍ୟାଙ୍କ ସମ୍ବନ୍ଧିତ ଏହି କାମ, ନହେଲେ ଫସି ଯିବ ଆପଣଙ୍କ ଟଙ୍କା

2411

ନୂଆଦିଲ୍ଲୀ ୨୯-୧୧ (ଓଡ଼ିଆ ପୁଅ) ଚଳିତ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଏକ ତାରିଖ ପୂର୍ବରୁ ଆପଣଙ୍କୁ ବ୍ୟାଙ୍କରୁ ଉଠାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ଜମା କରିବାକୁ ପଡ଼ିବ। ଏହି ଖବର ବିଶେଷ କରି ଚାଷୀ ଏବଂ ପେନସନଧାରୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ପ୍ରକୃତରେ କହିବାକୁ ଗଲେ ପେନସନଧାରୀମାନଙ୍କ ପାଇଁ ଲାଇଫ ସାର୍ଟିଫିକେଟ (Life Certificate) ଜମା କରିବା ନିହାତି ଆବଶ୍ୟକ ଅଟେ। ଯଦି କେହି ପେନସନଧାରୀ ଲାଇଫ୍ ସାର୍ଟିଫିକେଟ ଜମାକରିନାହାଁନ୍ତି ତେବେ ପେନ୍ସନ ଅଟକିଯିବ। ସେହିପରି, ଚାଷୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme Aadhaar Last Date) ଅନୁଯାୟୀ ଟଙ୍କା ଉଠାଇବା ପାଇଁ ନିଜର ଆଧାର ନମ୍ବର ଦେବା ଆବଶ୍ୟକ।

ଲାଇଫ୍ ସାର୍ଟିଫିକେଟ ପେନସନଧାରୀ ଜୀବିତ ଥିବା ପ୍ରମାଣ ଦେଇଥାଏ। ତେଣୁ ଲାଇଫ ସାର୍ଟିଫିକେଟ ଜମା କରିବାର ପ୍ରକ୍ରିୟା ଅନିବାର୍ଯ୍ୟ ଅଟେ। ୩୦ ନଭେମ୍ବର ପର୍ଯ୍ୟନ୍ତ ଯଦି ଏହି କାମ ନ କରାଯାଇଛି ତେବେ ପେନସନ ରୋକିଯାଇପାରେ। ପେନସନଧାରୀ ସେମାନଙ୍କର ଜୀବିତ ହେବାର ପ୍ରମାଣ ପତ୍ର ଅନଲାଇନ ଜମା କରିପାରିବେ କିମ୍ବା ବ୍ୟାଙ୍କ ଅଥବା ଡାକଘରେ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.