Home ଓଡ଼ିଶା ଆଶାକର୍ମୀ ନିଖୋଜ ସଂପର୍କରେ ଥାନାରେ ଏତଲା, ପୁଲିସର ତଦନ୍ତ ଆରମ୍ଭ

ଆଶାକର୍ମୀ ନିଖୋଜ ସଂପର୍କରେ ଥାନାରେ ଏତଲା, ପୁଲିସର ତଦନ୍ତ ଆରମ୍ଭ

278

ମାଲକାନଗିରି,୧୧ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପଡିଆ ଥାନାରେ ଜଣେ ଆଶାକର୍ମୀ ନିଖୋଜ ସଂପର୍କରେ ତାଙ୍କ ସ୍ୱାମୀ ଏତଲା ଦେଇଛନ୍ତି । ପଡିଆ ଥାନାସ୍ଥ କତାଗୁଡା ଗ୍ରାମର ଜଗଦିଶ ବାୟା ଙ୍କ ପତ୍ନୀ ସ୍ୱପ୍ନା ବାୟା (୨୫)ଯିଏକି ଆଶାକର୍ମୀ ଭାବେ କାମକରୁଥିବା ମହିଳା ଗତ ୩ତାରିଖ ଅପରାହ୍ନରେ ପଡିଆ ମେଡିକାଲରୁ ଜଣେ ଗର୍ଭବତୀ ମହିଳାଙ୍କୁ ମାଲକାନଗଲରି ଜିଲ୍ଲା ହସପିଟାଲକୁ ନେବାର ଅଛି କହି ଘରୁ ବାହାରି ଆସିଥିଲେ ।ରାତ୍ର ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ବନ୍ଧୁବାନ୍ଧବ ଓ ସାଙ୍ଗସାଥି ଙ୍କ ଘର ଗତ ତିନିଦିନ ଧରି ଖୋଜା ଖୋଜି କରିଥିଲେ । ତାଙ୍କର କିଛି ପତା ନମିଳିବା ଓ ମୋବାଇଲ ଫୋନ ସୁଇଚ ଅପ ଥିବାରୁ ଜଗଦିଶ ଆଜି ପଡିଆ ଥାନାରେ ତାଙ୍କ ପତ୍ନୀ ନିଖୋଜ ହୋଇ ଯିବା ସଂପର୍କରେ ଏତଲା ଦେଇଛନ୍ତି । ପଡିଆ ଥାନା ଏମ ଆର ନମ୍ବର ୭/୨୦୨୧ରେ ମାମଲାରୁଜୁ କରାଯାଇ ବିଭିନ୍ନ ସ୍ଥାନରେ ପୁଲିସ ଖୋଜା ଖୋଜି ଚଳାଇଛନ୍ତି । ଏହି ମହିଳାଙ୍କର ୫ବର୍ଷର ଏକ ଶିଶୁ କନ୍ୟା ଅଛି । ଆଶାକର୍ମୀ ନିଜ ଇଚ୍ଛାରେ କେଉଁଆଡେ ଯାଇଛନ୍ତି କି ତାଙ୍କୁ କିଏ ଅପହରଣ କରିନେଇଛି ସେ ନେଇ ତାଙ୍କପରିବାର ଓ ଗ୍ରାମବାସୀ ଙ୍କ ମନରେ ସନ୍ଦେହ ଜାତ ହେଉଥିବାରୁ ପୁଲିସ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଦେଇଛନ୍ତି ବୋଲି ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶାକ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.