ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦିନରାତି ନିୟୋଜିତ ଥିବା ରାଜ୍ୟ ଆଶା କର୍ମୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଓଡ଼ିଶାର ୫ ଜଣ ସାଂସଦ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ୟୁନିୟନ ମିନିଷ୍ଟର ଡ. ମନସୁକୁ ମନ୍ଦଭିୟାଙ୍କୁ ଏକ ଲିଖିତ ସ୍ମାରକପତ୍ର ଦିଲ୍ଲୀ ନିର୍ମାଣ ଭବନଠାରେ ପ୍ରଦାନ କରିଛନ୍ତି । ଭଦ୍ରକ ଲୋକସଭା ସାଂସଦ ମଂଜୁଲତା ମଣ୍ଡଳ, ଗଂଜାମ ସାଂସଦ ପ୍ରମିଳା ବିଶୋଇ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ଢେଙ୍କାନାଳ ସାସଂଦ ମହେଶ୍ୱର ସାହୁଙ୍କ ଓ ରାଜ୍ୟସଭା ସାଂସଦ ସୁବାସ ସିଂ ପ୍ରମୁଖ ଉକ୍ତ ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ସୂଚନା ଅନୁଯାୟୀ ଆଶା କର୍ମୀମାନଙ୍କ ବେତନ ବୃଦ୍ଦି, ସାମାଜିକ ସୁରକ୍ଷା ଓ ଅବସର ସୁବିଧା (ପେନସନ) ଯୋଗାଇ ଦେବାକୁ ଦିଲ୍ଲୀ ନିର୍ମାଣ ଭବନ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନ୍ଦଭିୟାଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି । ଏହି ଲିଖିତ ପତ୍ରରେ ୭ମ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ଆଶା କର୍ମୀଙ୍କ ବେତନକୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିବା ସହ ସ୍ଥାୟୀ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ମନ୍ଦିଭିୟା ଏହି ଦାବି ସଂପର୍କରେ ଅର୍ଥ ମନ୍ତ୍ରଣାଳୟକୁ ସୁପାରିଶ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।