Home ଜିଲ୍ଲା ପରିକ୍ରମା ସାହିତ୍ୟ ଯଦି ଦୁର୍ନିତୀଗ୍ରସ୍ତ ହୁଏ ଗୋଟେ ସଂସ୍କୃତି ଭୁଷୁଡ଼ି ପଡ଼ିବ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ...

ସାହିତ୍ୟ ଯଦି ଦୁର୍ନିତୀଗ୍ରସ୍ତ ହୁଏ ଗୋଟେ ସଂସ୍କୃତି ଭୁଷୁଡ଼ି ପଡ଼ିବ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକଦିବସୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ

25

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୀବନ ସହିତ ସାହିତ୍ୟ ଚାଲିଥାଏ । ଗ୍ରାମାଞ୍ଚଳରେ ଲେଖକଟିଏ ପାଇଁ ସୃଜନର ଉତ୍ସ ମହଜୁଦ ଥାଏ । କିନ୍ତୁ ସାହିତ୍ୟ ଯଦି ଦୁର୍ନିତୀଗ୍ରସ୍ତ ହୁଏ ଗୋଟିଏ ସଂସ୍କୃତି ଭୁଷୁଡ଼ି ପଡ଼ିବ । ଏଣୁ କଳା ସଂସ୍କୃତି ସାହିତ୍ୟ ଯେପରି କଳଙ୍କିତ ନହୁଏ ତା’ର ସୁରକ୍ଷା ଏବଂ ତାକୁ ଉଦ୍‌ଜିବିତ ରଖିବାପାଇଁ ଆଜିର ଯୁବସମାଜ ଆଗେଇ ଆସିବାକୁ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଜିଲ୍ଲାସ୍ତରୀୟ ସମ୍ମିଳନୀରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଧାମନଗର ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଜିଲ୍ଳାସ୍ତରୀୟ ସାରସ୍ୱତ ସମାରୋହରେ ବିଶିଷ୍ଟ କବି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକାଡ଼େମୀ ପକ୍ଷରୁ ଆୟୋଜିତ ଏକଦିବସୀୟ ସାରସ୍ୱତ ସମାରୋହରେ ବିରୋଧିଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବରେଣ୍ୟ ଅତିଥିଭାବେ ବରିଷ୍ଠ କବି ଡ଼ଃ. ନୃସିଂହ ଷଡ଼ଙ୍ଗୀ, ମୁଖ୍ୟବକ୍ତା କଥାକାର ବିଜୟ ନାୟକ ଯୋଗଦାନ କରିଥିଲେ । ଏକାଡ଼େମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳି ପ୍ରାରମ୍ଭିକ ସୁଚନା ଓ ଅତିଥିପରିଚୟ ପ୍ରଦାନ କରିଥିବାବେଳେ କବି ତଥା ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଥମ ଅଧିବେଶନର ଭଦ୍ରକର କଥା ସାହିତ୍ୟ ପରମ୍ପରା ଉପରେ ଆଲୋଚନା ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ଡ଼ଃ. ଶଶଧର ଦାସଙ୍କ ପୌରହିତ୍ୟରେ ଭଦ୍ରକର ସାରସ୍ୱତ ପୃଷ୍ଠଭୂମିରେ ଧାମନଗରର ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଡ଼ଃ. ବୈରାଗି ପଟ୍ଟନାୟକ, ସମ୍ମାନିତ ଅତିଥି କାହ୍ନୁଚରଣ ପାଣିଗ୍ରାହୀ, କବି ତଥା ସାମ୍ବାଦିକ ବାସୁଦେବ ତ୍ରିପାଠୀ, ଶଚିକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଅଧ୍ୟାପକ ଡ଼ଃ. ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷସ୍ପର୍ଷ ତଥା ତୃତୀୟ ଅଧିବେଶନରେ କବିତାପାଠ ଉତ୍ସବ କାର୍ଯ୍ୟକ୍ରମରେ କବୟତ୍ରୀ ରାଧାରାଣୀ ମହାପାତ୍ରଙ୍କ ପୌରୋହିତ୍ୟରେ କବି ଡ଼ଃ. ଅବନି ପ୍ରଧାନ, ଦିବ୍ୟସିଂହ ଦାସଅଧିକାରୀ, ଇଂ. ଅଭୟ ସୁତାର, ରସାନନ୍ଦ ମହାପାତ୍ର, ସୋମନାଥ ଓଝା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି କବିତା ପାଠୋତ୍ସବରେ କବୟତ୍ରୀ ମମତା ସାହୁ ଓ କବି କିଶୋର କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ । ଏଥିରେ ଜିଲ୍ଳାରୁ ପ୍ରାୟ ୭୦ରି ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠକରିଥିଲେ ଏବଂ ଶେଷରେ ଅଧ୍ୟାପକ ଡ଼ଃ. ପ୍ରଶାନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରାଚିରପତ୍ର ଉଦ୍ଭାସ ନୂତନ ସଂସ୍କରଣକୁ ବିଧାୟକ ଶ୍ରୀ ସେଠୀ ଉନ୍ମୋଚନ କରିଥିଲେ ଏବଂ ପ୍ରକାଶ ମହାପାତ୍ର ଓ ତାଙ୍କ ସାଥୀଙ୍କ ଦ୍ୱାରା ଏହି ଏକଦିବସୀୟ କାର୍ଯ୍ୟକ୍ରମକରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଆଶିର୍ବାଦ ମହାନ୍ତି, ବନମାଳି ଦାସ, ଗୋପାଳ ବେହେରା, ସମୀର ହୁଇ, ବିନାୟକ ସାହୁ, ଏମ୍‌ଡ଼ି ଇସ୍ରାଇଲ, ସ୍ମରଣୀକା ପ୍ରଧାନ, ବାସ୍ତବିକା ଦାସ, ଅଜୟ ବେଜ, କଲ୍ୟାଣୀ ଦାସ, ଆଦ୍ୟରଶ୍ମି ମିଶ୍ର, ସଜଲ ମହାନ୍ତି, ସଂଜୟ ପଣ୍ଡା, ଆଶିଷ ସ୍ୱାଇଁ, ସୁରେନ୍ଦ୍ର ଜେନା ପ୍ରମୁଖ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.