Home କେନ୍ଦୁଝର ଆର.ସି.ଭି.ଏ କ୍ରିକେଟ ଗୋନାସିକା ଷ୍ଟାର ଚମ୍ପିୟାନ

ଆର.ସି.ଭି.ଏ କ୍ରିକେଟ ଗୋନାସିକା ଷ୍ଟାର ଚମ୍ପିୟାନ

26

ହାଟଡିହି, ୧୮ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ) ରିଜିଓନାଲ ଭେଟେରାନ କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ସୋସୋ ହାଇସ୍କୁଲ ପଡିଆ ଠାରେ ଚାଲିଥିବା ଦ୍ୱିତୀୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାିଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବୈତରଣୀ ଷ୍ଟାର ଓ ଗୋନାସିକା ଷ୍ଟାର ଫାଇନାଲକୁ ଉତିର୍ଣ୍ଣ ହୋଇଥିବାବେଳେ ଗୋନାସିକା ଷ୍ଟାର ବୈତରଣୀକୁ ୩ରନରେ ପରାସ୍ତ କରି ଚମ୍ପିୟନ ହୋଇଛି । ଗୋନାସିକା ଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୫ଉଇକେଟ ହରାଇ ୧୩୦ରନ କରିଥିଲା । ଦଳ ପକ୍ଷରୁ ରଞ୍ଜନ ରାଉତ ୧୪୩ରନ କରିଥିଲେ । ବୈତରଣୀ ଷ୍ଟାର ୧୩୦ରନର ପିଛାକରି ୬ଉଇକେଟ ହରାଇ ୧୨୭ରନ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ଅଜୟ ରାଉତ ୪୨ରନ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବେ ଅଜୟ ରାଉତ ଓ ମ୍ୟାନ ଅଫ ଦ ସିରିଜ ଦେବୀପ୍ରସାଦ ନାୟକ, ବେଷ୍ଟ ବ୍ୟାଟସମ୍ୟାନ ଭାବେ ରଞ୍ଜନ ରାଉତ, ବେଷ୍ଟ ବୋଲର ଭାବେ ଶିଶିର ବେହେରା ଓ ଟୁର୍ଣ୍ଣାମେଣ୍ଟର ଶୃଙ୍ଖଳିତ ଖେଳାଳୀ ଭାବେ ହେମନ୍ତ ସାମଲଙ୍କୁ ପୁରସ୍କୃତ କରାଯାଇଥିଲା । ସଭାପତି ମନମୋହନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲି ସଂଘର ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୁର୍ଯ୍ୟନାରାୟଣ କର, ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ଅଲେଖ ଚନ୍ଦ୍ର ମଲ୍ଲିକ, ଅଶୋକ ରାଉତ, ଟ୍ରକ ମାଲିକ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ରବିନ୍ଦ୍ର କୁମାର ପୁହାଣ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ବରିଷ୍ଠ ସଭ୍ୟ ରବି ନାରାୟଣ ରାଉତ ମଞ୍ଚ ସଂଯୋଜନା କରିଥିଲେ । ଅମ୍ପାୟର ଭାବେ ବିଜୟ କୁମାର ଜେନା, ବିଶ୍ୱଜିତ ବେହେରା ଖେଳ ପରିଚାଳନା କରିଥିଲେ । ସଫିକ ଖାନ ଓ ହରିହର ଭୁତିଆ ସ୍କୋରର ଏବଂ ଜୟନ୍ତ କୁମାର ମହୁରୀ ଓ ଅନିଲ କୁମାର ଭାଷ୍ୟକାର ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଉପଦ୍ଦେଷ୍ଟା ଶିକ୍ଷାବିତ ନାରାୟଣ ବିଶ୍ୱାଳ, ବୃନ୍ଦାବନ ରାଉତ, ଭୁବନାନନ୍ଦ ପଟ୍ଟନାୟକ, ବାବୁଲି ଲେଙ୍କା, ଅନନ୍ତ ଆୟଚ, ସମ୍ପାଦକ ସୋମନାଥ ଦାସ, ଉପସଭାପତି ହେମନ୍ତ ସାମଲ, ସହ ସମ୍ପାଦକ ଆନନ୍ଦ ଦାସ, ଜ୍ଞାନ ମୋହନ ରାଉତ, ବିଶ୍ୱଜିତ ବେହେରା, ଅଜୟ ରାଉତଙ୍କ ସମେତ ମରଚାଇପଦା ବାଲୁଙ୍କେଶ୍ୱର ଯୁବକସଂଘର ସଦସ୍ୟମାନେ ଖେଳ ପରିଚାଳନାରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ଏହି ଖେଳକୁ ଦେଖିବାପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.