Home ଜିଲ୍ଲା ପରିକ୍ରମା ଆମ ବ୍ୟଙ୍ଗ ପସରାର ବିଷୁବ ସଂଖ୍ୟା – ୨୦୨୨ ଉନ୍ମୋଚିତ

ଆମ ବ୍ୟଙ୍ଗ ପସରାର ବିଷୁବ ସଂଖ୍ୟା – ୨୦୨୨ ଉନ୍ମୋଚିତ

22

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାସ୍ୟ ଓ ବ୍ୟଙ୍ଗଧର୍ମୀ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ର ଉନ୍ମୋଚନ ଉତ୍ସବ ସାବିତ୍ରୀ ସଦନ ପରିସରରେ ସାବନ ବଜାରର ଏକ ସାରସ୍ୱତ ସମାରୋହରେ ଗୋଲକ ବିହାରୀ ସାହୁଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉପରୋକ୍ତ ସଭାରେ ଶ୍ରୀମତୀ ବସନ୍ତ ମିଶ୍ରଙ୍କର ହାସ୍ୟ ଓ ବ୍ୟଙ୍ଗ ସଂକଳନ ଖଟା ମିଠା ଚଟଣି ଓ ଭକ୍ତି ଗୀତି ସଂକଳନ ଭକ୍ତି ଚନ୍ଦନ ପୁସ୍ତକ ଦୁଇଟି ମଧ୍ୟ ଉନ୍ମୋଚିତ ହୋଇ ଯାଇଛି। ସଭାରେ ମୁଖ୍ୟ ଅତିଥି ଭାବେ ଡ. ରାମଚନ୍ଦ୍ର ପଣ୍ଡା ଯୋଗଦାନ ପୂର୍ବକ ହାସ୍ୟ ଓ ବ୍ୟଙ୍ଗ ଲେଖା ସମାଜରେ ସଂସ୍କାର ଆଣିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ସୁଧାକର ନନ୍ଦ ଯୋଗଦାନ ପୂର୍ବକ ହାସ୍ୟ ଓ ବ୍ୟଙ୍ଗ ଲେଖା ସାମାଜିକ ବ୍ୟାଧି ବା ସମାଜରେ ଦେଖା ଯାଉଥିବା ର୍ଦୁନୀତି ନିରାକରଣରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ ରଖିଥିଲେ। ଅତିଥିମାନଙ୍କ ପ୍ରଦୀପ ପ୍ରଜ୍ଜ୍ୱଳନ ବେଳେ ବେଦପାଠ କରିଥିଲେ ସୁଶ୍ରୀ ସାଈ କଳ୍ପିତା। ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିନେଇଥିଲେ ଜାନକୀ ପାଢ଼ୀ ଓ ପୁଷ୍ପଗୁଚ୍ଛ, ବ୍ୟାଚ୍ ପ୍ରଦାନ କରିଥିଲେ ରଶ୍ମିତା ଦାସ। ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ରତିକାନ୍ତ ବେହେରା। ସଭା ପରିଚାଳନାରେ ସହଯୋଗ କରିଥିଲେ ଗଙ୍ଗାଧର ପତି, ବିଜୟ କୁମାର ବହଳୀ, ରଜତ କୁମାର ସାହୁ, ନୀଳିମା ପଣ୍ଡା, ମୁସ୍ତାକ ଗହ୍ୱର, ଚୈତାଳୀ ଖିଲାର ଓ ଅନିଲ ଦାଶ ପ୍ରମୁଖ। ଉପରୋକ୍ତ ସମାରୋହରେ ଶ୍ରୀଯୁକ୍ତ ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କୁ “ଆମ ବ୍ୟଙ୍ଗ ପସରା ବିଷୁବ ସମ୍ମାନ -୨୦୨୨” ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୁଧାକର ନନ୍ଦଙ୍କ ମାନପତ୍ର ପାଠ କରିଥିଲେ ରଶ୍ମିତା ଦାସ ଓ ନିର୍ମଳ ରାଉତଙ୍କ ମାନପତ୍ର ପାଠ କରିଥିଲେ ମନୋରମା ରାୟ। ‘ଖଟାମିଠା ଚଟଣି’ ପୁସ୍ତକର ସମୀକ୍ଷା ପୂର୍ବକ ଏହା ରାଜନୈତିକ ଓ ସାମାଜିକ ସଂସ୍କାର ପାଇଁ ଏକ ଉପାଦେୟ ପୁସ୍ତକ ବୋଲି ମତ ପ୍ରକାଶ କରିଥିଲେ ଗୌତମ ମହାରଣା ଓ ‘ଭକ୍ତି ଚନ୍ଦନ’ ବହିଟିର ସମୀକ୍ଷା ପୂର୍ବକ ଏହାର ଛତ୍ରେ ଛତ୍ରେ ନବଧାଭକ୍ତି ପୂରି ରହିଛି ବୋଲି ଶରତ କୁମାର ନାୟକ ମତ ରଖିଥିଲେ। ଉପରୋକ୍ତ ସଭାରେ ନିହାର ରଂଜନ କର, ଅବଦୁଲ ଦୟାନ, ମନୀନ୍ଦ୍ର ମହାନ୍ତି, ହରିଶ ଦାସ, ପ୍ରମୋଦ ରାୟ ଓ ଗୌରାଙ୍ଗ ବାରିକ ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ। ଶେଷରେ ଧନ୍ୟବାଦାର୍ପଣ କରିଥିଲେ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.