Home ଓଡ଼ିଶା ଆମ୍ବଝର ବେରେଣୀ ରେ ବୁଲୁଛି ଦନ୍ତା, ଧାନ ଚାଷୀଙ୍କର ବଢିଲା ଚିନ୍ତା

ଆମ୍ବଝର ବେରେଣୀ ରେ ବୁଲୁଛି ଦନ୍ତା, ଧାନ ଚାଷୀଙ୍କର ବଢିଲା ଚିନ୍ତା

85

ନୟାଗଡ/୧୫/୧୦ (ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ରାଜ୍ୟରେ ହାତୀ ଓ କୃଷକ ମାନଙ୍କ ମଧ୍ୟରେ ସତେ ଯେପରି ଲଢେଇ ଚାଲିଛି । ଜଙ୍ଗଲରେ ହାତୀ ମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଉଛି । ଖାଦ୍ୟ ଅଭାବ ଯୋଗୁଁ ହାତୀମାନେ ଜଙ୍ଗଲତଳି ଅଂଚଳ ଧାନ ଜମିକୁ ପାଚିଲା ଧାନ ଖାଇବା ପାଇଁ  ଆସୁଛନ୍ତି । ବନ ବିଭାଗ ହାତୀ ମାନଙ୍କୁ ଜଙ୍ଗଲ ଭିତରେ ଖାଦ୍ୟ ଠାରୁ ପାଣି ପର୍ଯ୍ୟନ୍ତ ଯୋଗାଇ ଜଙ୍ଗଲ ଭିତରେ ସୁରକ୍ଷିତ ରଖିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସମ୍ଭବ ହେଉ ନାହିଁ । ଗତ ୧୦ ଦିନ ହେଲା ରଣପୁର ବନାଞ୍ଚଳ ଅଧିନ ଆମ୍ବଝର ଗ୍ରାମ୍ୟ ଜଙ୍ଗଲକୁ ଗୋଟିଏ ହାତୀ ପଳାଇ ଆସି ଧାନ ଫସଲ ନଷ୍ଟ କରିଚାଲିଛି ।

 

 

ଦିନ ସାରା ବେରେଣୀ ନିକଟ ଜଙ୍ଗଲରେ ବୁଲୁଛି  । ସନ୍ଧ୍ୟା ହେଲେ ନିକଟସ୍ଥ ଧାନ ଜମିକୁ ଆସି ଥୋଡଧାନ ଖାଇଯାଉଛି । ଚାଷୀ ମାନେ ମିଳିତ ହୋଇ ହାତୀକୁ ଘଉଡେଇବାକୁ ଚେଷ୍ଟା କଲେ ମଧ୍ୟ ସେ ଲୋକ ମାନଙ୍କୁ ବେଖାତିରି କରି ଧାନ ଖାଇଚାଲିଛି । କ୍ଷତିଗ୍ରସ୍ତ ଚାଷୀ ହେଲେ ଆମ୍ବଝର ଗ୍ରାମର ସୁକାନ୍ତ ମାର୍ଥା,ନବଘନ ସାହୁ,ଦଣ୍ଡୁ ରାଉତ, ନିଳକଣ୍ଠ ରଥ, ସାନକିଲୋ ଗ୍ରାମର କବି ସାହୁ, ବଇକୁଣ୍ଠ ଶ୍ରୀଚନ୍ଦନ, ଲୋକନାଥ ସାହୁ, ମଧୁ ସାହୁ ଓ ଗଡବାଣୀକିଲୋ ଗ୍ରାମର ରତ୍ନାକର ପରିଡା । ଏ ସର୍ମ୍ପକେ ରଣପୁର ରେଞ୍ଜର ଶରତ କୁମାର ଶତପଥି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ, ଦଶଦିନ ହେଲା ହାତୀ ତଡିବାକୁଥିବା ସ୍କ୍ୱାର୍ଡ ଆମ୍ବଝର ଗ୍ରାମକୁ  ଯାଇ ହାତୀ ଘଉଡାଇବା ସହ ହାତୀକୁ ସୁପ୍ରିମ୍‌କୋର୍ଟ ନିର୍ଦେଶ ନାମା ଅନୁ୍‌ଯାଇ ଉତ୍ୟକ୍ତ ନ କରିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଉଅଛି । କ୍ଷତିଗ୍ରସ୍ଥ ଚାଷୀ ମାନେ ବନ ବିଭାଗରୁ ମିଳୁଥିବା ନିର୍ଦ୍ଧାରିତ ଫର୍ମରେ ଆବେଦନ କଲେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତି ପୁରଣ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.