Home ଜିଲ୍ଲା ପରିକ୍ରମା ଆବେଦନକାରୀଙ୍କୁ ତହସିଲଦାର ଓ କିରାଣୀଙ୍କ ମାଡ ଅଭିଯୋଗ, ମିଛକଥା ବୋଲି କହିଲେ ତହସିଲଦାର

ଆବେଦନକାରୀଙ୍କୁ ତହସିଲଦାର ଓ କିରାଣୀଙ୍କ ମାଡ ଅଭିଯୋଗ, ମିଛକଥା ବୋଲି କହିଲେ ତହସିଲଦାର

16

ଭଦ୍ରକ, ୮ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲକୁ ଆବେଦନ ନେଇ ଯାଇଥିବା ଜଣେ ବ୍ୟକ୍ତିକୁ ତହସିଲଦାର ଓ କିରାଣୀ ମାଝୀବାବୁ ମାଡ ମାରିଥିବା ଅଭିଯୋଗ ଥାନାରେ ହୋଇଛି । ଅଭିଯୋଗ ଅନୁଯାୟୀ ରହଣିଆ ରାଜସ୍ୱ ନିରୀକ୍ଷକ ସର୍କଲ ଅନ୍ତର୍ଗତ ରାଣୀଗଡିଆ(ନୂଆପୋଖରୀ) ଗ୍ରାମର ଆକାଶ କୁମାର ଖଟୁଆ(୨୩) ଗୁରୁବାର ଦିନ ୧.୩୦ମି. ସମୟରେ ତହସିଲକୁ ଘରପୋଡି ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିବା ଗାଈ କ୍ଷତିପୂରଣ ଆବେଦନ ନେଇ ଯାଇଥିଲେ । ଏହି ଦରଖାସ୍ତ ସହ ପଶୁ ଚିକିତ୍ସକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ସଂଲଗ୍ନ ଥିଲା । ସେଠାରେ ତହସିଲଦାର ଗାଳି ଗୁଲଜ କରିବା ସହ ମାଝୀବାବୁ ଆବେଦନକାରୀଙ୍କ ମୋବାଇଲ /ଚଡାଇନେଇ ଧକ୍କା ମାରିଥିଲେ । ତହସିଲଦାର ୨ ଚାପୁଡା ମାରିଥିଲେ । ଏ ସମ୍ପର୍କରେ ଆକାଶ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଆବେଦନକାରୀ ଭାବେ ଜଣେ ମହିଳା ଉଲ୍ଲେଖ କରାଯାଇଥିବା ବେଳେ ଦସ୍ତଖତ ଜଣେ ପୁରୁଷ କରିଥିଲେ । ଆବେଦନରେ ଗୋରୁ ବୋଲି ଉଲ୍ଲେଖ ରହିଥିଲା । ଏଭଳି ବୈଷୟୀକ ତୃଟି ସୁଧାରିବାକୁ ତହସିଲଦାର ଆବେଦକାରୀଙ୍କୁ କହିଥିଲେ । ଏହାର ପ୍ରତିବାଦରେ ଆବେଦନକାରୀ କାର୍ଯ୍ୟାଳୟ ପରିସରରେ ପାଟିତୁଣ୍ଡ କରିବା ସହ ତହସିଲଦାରଙ୍କ ପ୍ରତିକ୍ରିୟା ପଚାରି ମୋବାଇଲେ ରେକର୍ଡ କରିବାକୁ ଉଦ୍ୟମ କରିଥିଲେ । ଏଭଳି କାର୍ଯ୍ୟକୁ ବିରୋଧ କରି କିରାଣୀ ମାଝିବାବୁ ମୋବାଇଳ ଜବତ କରିବା ସହ ଥାନାରେ ତଦନ୍ତ ପାଇଁ ଦାଖଳ କରାଯିବ ବୋଲି ଅଣାଯାଇଥିଲା । ଆବେଦନକାରୀଙ୍କ ପିତା ତହସିଲକୁ ଆଦି ସମାଧାନ କରି ମୋବାଇଲ ନେଇଥିଲେ । ମାଡ ମରାଯିବା ଅଭିଯୋଗ ମିଥ୍ୟା ବୋଲି ତହସିଲଦାର ସରୋଜକାନ୍ତ ନାୟକ ମତ ରଖିଛନ୍ତି । ଏଥିନେଇ ପୁଲିସ କୌଣସି ପଦକ୍ଷେପ ନେଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.