ହାଟଡିହି- ୨୭/୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ପୌରାଞ୍ଚଳ ସହିତ ଏହାର ସଂଲଗ୍ନ ଗ୍ରାମ ବେଲବାହାଳି, ଜଳସୁଆଁ, ଟେଲଙ୍କପଡା, ଶାଳବଣୀ, ମୋଚିନ୍ଦା ପ୍ରମୁଖ ଗ୍ରାମକୁ ୨୭ତାରିଖ ପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଟଡାଉନ ଘୋଷଣା କରାଯାଇଥିବାବେଳେ ଆଜି ପୁଣି ଏହାକୁ ପରିବର୍ଦ୍ଧିତ କରାଯାଇ ଜିଲ୍ଲାପାଳଙ୍କ ଚିଠିନଂ ୩୯୮୬୧ ତା ୨୭/୦୮/୨୦୨୦ରେ ଏହାକୁ ଆସନ୍ତା ୩ତାରିଖ ମଧ୍ୟ ରାତ୍ର ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଆସନ୍ତା କାଲିଠାରୁ ଦେକାନ ବଜାର ଖୋଲିବାକୁ ଲକ୍ଷ ରଖିଥିବା ବ୍ୟବସାୟୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଛୋଟ ଛୋଟ ବ୍ୟବସାୟୀ ମାନେ ଏହାଦ୍ୱାରା କ୍ଷତିଗ୍ରସ୍ଥ ହେଉଥିବାରୁ ଜିଲ୍ଲାପାଳ ଏହାର ପୁର୍ନବିଚାର କରନ୍ତୁ ବୋଲି ବ୍ୟବସାୟୀମାନେ ଦାବି କରିଛନ୍ତି ।