Home ଓଡ଼ିଶା ବନ୍ୟାରେ ଧସିଲା ଇରିଗେସନ ବନ୍ଧ: ବୈତରଣୀ ନଦୀରେ ଜିଲ୍ଲାରେ ଏକ ବଡବନ୍ୟା ହେବାକୁ ଯାଉଥିବା ପ୍ରଶାସନ...

ବନ୍ୟାରେ ଧସିଲା ଇରିଗେସନ ବନ୍ଧ: ବୈତରଣୀ ନଦୀରେ ଜିଲ୍ଲାରେ ଏକ ବଡବନ୍ୟା ହେବାକୁ ଯାଉଥିବା ପ୍ରଶାସନ ଦେଲା ସୂଚନା

136

ଯାଜପୁର୨୭ା୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ବୁଢା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୭ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୯.୫୬ ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏଠାରେ ବିପଦ ସଙ୍କେତ ୧୭.୮୩। ଆଖୁଆପଦାରେ ଗତକାଲି ରାତି ୧୦ଟା ସୁଦ୍ଧା ଜଳସ୍ତର୧୯.୦୩ ମିଟରରେ ପହଞ୍ଚିଥିଲା।ଆଜି ଯାଜପୁର ଜିଲ୍ଲାର ଦଶରଥପୁର, ଯାଜପୁର ଓ କୋରାଇ ବ୍ଲକ ର ବହୁ ଅଞ୍ଚଳରେ ବନ୍ୟାଜଳ ମାଡିବା ଦେଖିବାକୁ ମିଳିଛି। ଏହିସବୁ ଅଞ୍ଚଳଗୁଡିକ ଯୋଗାଯୋଗ ବିଛିନ୍ନ ହୋଇଥିବା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

ଗତକାଲି ଜିଲ୍ଲାପାଳ, ଏସପି ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଦଶରଥପୁର ଗ୍ରସ୍ତ କରି ଲୋକମାନଙ୍କୁ ସଚେତନ କରିବା ଦେଖିବାକୁ ମିଳିଥିଲା। ଆଜି କୋରାଇ ବ୍ଲକ୍ ମୁଳାପାଳା ପଞ୍ଚାୟତରେ ଖିରୋ ସରସଦା ନିକଟରେ ବୈତରଣୀ ନଦୀ ବନ୍ଧଟି ଧସିବା ଖବର ପାଇ ଘଟଣା‌ସ୍ଥଳରେ କୋରାଇ ବିଡିଓ, ବ୍ୟାସନଗର ସହସିଲଦାର, ପାଣିକୋଇଲି ଥାନା ଆଇଆଇସି ସସ୍ମିତା ସାହୁ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ପହଞ୍ଚି ଦବିଥିବା ବନ୍ଧରେ ବାଲି ବସ୍ତା ପିଲିଙ୍ଗ କରାଇବା ସହ ବନ୍ଧତଳେ ବସବାସକରୁଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ବନ୍ଧୋବସ୍ତ କରାଇବା ଦେଖିବାକୁ ମିଳିଛି। ବନ୍ୟାଘେରରେ ଥିବା ଲୋକମାନଙ୍କୁ ମଟରବୋଟ ଯୋଗେ ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଇଥିବା ଦେଖାଯାଇଛି।ଏଣେ ବିଂଝାରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଘରେ ବର୍ଷାଜଳ ପଶି ଯାଇଥିବା ବେଳେ କୋ‌ରେଇ ବ୍ଲକର, ଅମଅତିଆ ଗ୍ରାପପଞ୍ଚାୟତର ବଗିରିଆ, ଭାଟସୋଲପଟ, ବଢେଇ ଜଳନ୍ଦା ଓ ହଟପୁର ଗ୍ରାମ ପାଣିଘେରରେ ଥିବାରୁ ବସବାସ କରୁଥିବା ଲୋକମାନଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଥିବା ସହ ଚାଷଜମି ଓ ଗାଁରେ ପାଣି ଜମି ରହିଛି। କେତେକ ସ୍ଥାନରେ ଘରକାନ୍ଥ ଭାଙ୍ଗିଯାଇଛି ସେହିପରି ମୁଳାପାଳ ପଞ୍ଚାୟତର କିଛି ଅଞ୍ଚଜଳ ଓ ବନ୍ଦାଳ ଗ୍ରମପଞ୍ଚାୟତ ସମସ୍ତ ଲୋକମାନଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ସେମାନଙ୍କ ସହ ଯୋଗାଯୋଗ କରାଯିବାର ବ୍ୟବସ୍ଥା କରାଯାଉଥିବା କୋରେଇ ବିଡିଓ ଠାରୁ ସୂଚନା ମିଳିଛି। କୋରାଇ ବ୍ଲକର ମୁକୁନ୍ଦପୁ ଓ ରଣପୁର ଗ୍ରମପଞ୍ଚାୟତ ର କିଛି ଅଞ୍ଚଳ ଜଳମଗ୍ନ ହେବା ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲେହେଁ ସୋମାନଙ୍କ ସହ ଯଥାଶିଘ୍ର ଯୋଗାଯୋଗ କରାଯିବାର ବ୍ୟବସ୍ଥା କରାଯାଉଥିବା ବବ୍ଲ ପ୍ରଶାସନ ସୂଚନା ଦେଇଚି। ଜିଲାର ଏହା ଏକ ବଡ଼ ବନ୍ୟାର ଆଶଙ୍କା କରିଛି ପ୍ରଶାସନ।ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଦ୍ରୁତ ଗତିରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଏକ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.