Home ଜିଲ୍ଲା ପରିକ୍ରମା ରେଙ୍ଗାଳି ଡ୍ୟାମ୍ ର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ

ରେଙ୍ଗାଳି ଡ୍ୟାମ୍ ର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ

125

ତାଳଚେର,୨୭/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳପତନ ବୃଦ୍ଧି ପାଇଛି । ବ୍ରାହ୍ମଣୀ ନଦୀରେ ମଧ୍ୟ ବହୁ ପରିମାଣରେ ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତମାନ ତାଳଚେର ଉପଖଣ୍ଡର କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଜଳଭଣ୍ଡାରର ୩ଟି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଗତ ଶନିବାର ରାତ୍ରିରେ ରେଙ୍ଗାଳି ଡ୍ୟାମ୍ ର ଗୋଟିଏ ଗେଟ୍ ଖୋଲା ଯାଇଥିଲା । ତେବେ ଗତ ୨ଦିନ ଲଗାଣ ବର୍ଷା ଯୋଗୁଁ ଏହି ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବଢ଼ିବାରେ ଲାଗିଛି । ଏହାର ଜଳଧାରଣା କ୍ଷମତା ୧୨୩.୫୦ ମି. ହୋଇଥିବା ବେଳେ ବୁଧବାର ରାତି ସୁଦ୍ଧା ଜଳସ୍ତର ୧୨୩.୪୩ ମି.କୁ ପହଂଚିଥିଲା । ଏଥିପାଇଁ ୨ଟି ଗେଟ୍ ଖୋଲା ଯାଇଥିଲା । ସୂଚନା ମୁତାବକ ପୂର୍ବାହ୍ନ ୧୦ଟା ସୁଦ୍ଧା ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୧୦୧୩୯.୯୯ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ୩ଟି ଗେଟ୍ ବାଟ ଦେଇ ୫୫୭୬.୦୭ଘନ ମିଟର ଜଳ ନିଷ୍କାସିତ ହେଉଛି । ଏ ସମ୍ପର୍କରେ ରେଙ୍ଗାଳି ଡ୍ୟାମ୍ ଡିଭିଜନ କର୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.