Home ଜିଲ୍ଲା ପରିକ୍ରମା ଆଦିବାସୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ

ଆଦିବାସୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ

57

ମାଲକାନଗିରି,୨ା୫ (ଓଡିଆ ପୁଅ ) ଜମି ଜଳ ଜଙ୍ଗଲ ଓ ବଚିଂବାର ଅଧିକାର ଦାବି ନେଇ ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜୁ ଗେମେଲ ଙ୍କ ଅଧ୍ୟକ୍ଷତାରେ ତାର୍ଲାକୋଟା ସଂଘ ଗୃହରେ କୋଭିଡ ନିୟମ ପାଳନ ସହ ପବିତ୍ର ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜମି ଜଳ ଜଙ୍ଗଲ ବଚିଂବାର ଅଧିକାର ଦାବିସହିତ ଶ୍ରମିକ ଓ ଖଟିଖିଆ ମାନଙ୍କର ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା । ଏହି ସଭାରେ ଆଦିବାସୀ ସମାଜର ଫେନୁମୁଦୁଲି ପ୍ରମୁଖ ଯୋଗଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟତା ଓ ଆଦିବାସୀ ଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଦାବିଗୁଡିକ ଉପସ୍ଥାପନ କରିଥିଲେ । ଏହି ଅବସରେ ବିଭିନ୍ନ ଅଚଂଳରୁ ଆଦିବାସୀ ମହିଳା,ପୁରଷ ଓ ଶ୍ରମିକ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.