Home ଓଡ଼ିଶା ଆଦିବାସୀ ଜମି ବିକ୍ରୀକୁ ବିରୋଧ,ପୁଲିସ କ୍ୟାଟିଂନ ପିଡାତାକୁ ନ୍ୟାୟ ଓ ବାଦମ ମଣ୍ଡିଦୁର୍ନିତିର ତଦନ୍ତ ଦାବିକଲେ...

ଆଦିବାସୀ ଜମି ବିକ୍ରୀକୁ ବିରୋଧ,ପୁଲିସ କ୍ୟାଟିଂନ ପିଡାତାକୁ ନ୍ୟାୟ ଓ ବାଦମ ମଣ୍ଡିଦୁର୍ନିତିର ତଦନ୍ତ ଦାବିକଲେ ଆଦିବାସୀ ମହାସମାଜ ସଂଘ

85

ମାଲକାନଗିରି,୧୭ା୬ (ଓଡିଆ ପୁଅ )ଆଦିବାସୀ ମାନଙ୍କ ଜମି କିଣା ବିକାରେ ସରକାର ନିୟମ କୋହଳ କରନ୍ତୁ ବୋଲି ଗତକିଛି ଦିନତଳେ
ପୁବ ର୍ତନ ସାଂସଦ ବଳଭଦ୍ରମାଝୀ ଓ ଜୟରାମପାଙ୍ଗି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ କେନ୍ଦ୍ର ଓ ରାଜ୍ୟସରକାର ଙ୍କୁ ଚିଠିଲେଖିଥିଲେ । ଆଜି ସ୍ଥାନୀୟ ଏସସି ଓ ଏସଟି ସରକାରୀ କର୍ମଚାରୀ ସଂଘ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲାଆଦିବାସୀ ସମାଜ ମହାସଂଘ ସଭାପତି ଘନଶ୍ୟାମ ମାଡକାମି ପୁବ ର୍ତନ ସାଂସଦ ମାନଙ୍କ ଦାବିକୁ ବିରୋଧକରି ସାମ୍ବାଦିକ ସମ୍ମଳନୀରେ ସୁଚନା ଦେଇଛନ୍ତି ଆଦିବାସୀଙ୍କ ଜମି କିଣା ବିକା ନିୟମକୁ କୋହଳ କରିଦେଲେ ଆଣଆଦିବାସୀ ମାନେ ସେମାନଙ୍କ ଜମିକୁ ହଡପକରିଦେବେ, ଏହାଦ୍ୱାରା ଆଦିବାସୀ ମାନେ ନିଜର ଜମି ହରାଇ ଶୋଷଣର ଶିକାର ହେବେ, ଏମିତିକି ମାଲକାନଗିରି ସହର, କାଲିମେଳା ଓ ଜିଲ୍ଲାର ଅନ୍ୟାନ ସ୍ଥାନରେ ପୁବ ର୍ରୁ ଆଦିବାସୀମାନଙ୍କ ଜମି ଅଣଆଦିବାସୀ ହଡପ ସହ ଦଖଲ କରିଥିବାର ନଜିର ରହିଛି,ତାହାର ତଦନ୍ତ କରାଯାଉ । ତେଣୁ ଆଦିବାସୀଙ୍କ ଜମି କ୍ରୟ ବିକ୍ରୟ ନିୟମକୁ କୋହଳ କରା ନଯାଉ । ପୋଟେରୁ ଲ୍ୟାମ୍ପ୍ସରେ ଅଧିନରେ ଥିବା ଚିନା ବାଦାମ ମଣ୍ଡିରେ ହୋଇଥିବା ଦୁର୍ନିତୀର ଆହୁରି କିଛି କର୍ମାଚାରୀ ଓ ବ୍ୟକ୍ତି ମାନେ ସାମିଲ ଅଛନ୍ତି ଏହାର ତଦନ୍ତ କରାଯାଇ ପର୍ଦାଫାସ କରାଯାଉ । ମାଲକାନଗିରି ପୁଲିସ କ୍ୟାଟଂନରେ କାମକରୁଥିବା ଆଦିବାସୀ ମହିଳାର ସନ୍ଦେହଜନକ ମୃତ୍ୟୁର ରହସ୍ୟ ପୁଲିସ ଉଚସ୍ତରୀୟ ତଦନ୍ତକରି ଲୋକଲୋଚନରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ମାଡକାମି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ସହାସଂଘର ସଂପାଦକ ଭଦ୍ରଦୁରୁଆ,କୋଷାଧ୍ୟକ୍ଷ ନରସିଂହ ମାଡକାମୀ,ଜିଲ୍ଲାଦୁରୁଆ ସମାଜର ସଭାପତି ମଙ୍ଗଳାଦୁରୁଆ,ସନୁ ଅନୁଗୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.