Home ଓଡ଼ିଶା ଆଦିବାସୀ ଙ୍କୁ ଠକୁଥିବା ୩ ନକଲି ଡାକ୍ତର ଗିରଫ, ଲକ୍ଷାଧିକ ଟଙ୍କାର ଔଷଧ ଜବତ

ଆଦିବାସୀ ଙ୍କୁ ଠକୁଥିବା ୩ ନକଲି ଡାକ୍ତର ଗିରଫ, ଲକ୍ଷାଧିକ ଟଙ୍କାର ଔଷଧ ଜବତ

96

ମାଲକାନଗିରି,୨୬ ।୬ (ଓଡିଆ ପୁଅ ) ସମଗ୍ର ବିଶ୍ୱକୁ କରୋନା ମହାମାରି ଗ୍ରାସ କରି ଲକଡାଉନ,ସଟଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଗାଁ ଗହଳିରୁ ଲୋକମାନେ ବାହରକୁ ଯାଉନଥିବା ବେଳେ ଏହାର ସୁଯୋଗ ଉଠାଉଛନ୍ତି କିଛି କ୍ୱାକ ନିଜକୁ ଡାକ୍ତର ପରିଚୟ ଦେଇ ନିରିହ ଆଦିବାସୀ ଲୋକମାନଙ୍କୁ ଠକିଚାଲିଛନ୍ତି । ଏ ଖବର ପୁଲିସ ଜାଣିବାପରେ ଏସ.ପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢଉକରି ତିନିଜଣ ନକଲି ଡାକ୍ତରଙ୍କୁ ଗିରଫ କରିବାରେ ସଫଳତା ପାଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗରି ଜିଲ୍ଲା କାଲିମେଳା ଥାନାଅଚଂଳରେ । କାଲିମେଳା ଥାନା ପୁଲିସ ତଦନ୍ତ କରି ଏମଭି୭୩ ,ଏମପିଭି୧୪,ଏମପିଭି ୧୧ ଗ୍ରାମ ଉପରେ ଚଢଉକରିଥିଲେ ସେହି ସବୁଗ୍ରାମରୁ ଶଶାଙ୍କ ପାଇକ,ପରେଶ ବାଓଲି ଓ ସଚିନ ପରମାଣିକ ଏହି ତିନିଜଣ କ୍ୱାକ ନିଜକୁ ଡାକ୍ତର କହି ଲୋକଙ୍କୁ ଠକୁଥିବା ଅଭି ଯୋଗରେ ଗିରଫ ହୋଇ ିଛନ୍ତି । ସେମାନଙ୍କ ନିକଟରେ କୌଣସି ଡାକ୍ତରି,ଫାରମାସିଷ୍ଟ ପାସ ସାର୍ଟିଫିକେଟ ନଥିବା ବେଳେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବିଭିନ୍ନ ଗ୍ରାମରେ ରୋଗି ଙ୍କୁ ଚିକିତ୍ସା କରି ଟଙ୍କା ରୋଜଗାର କରୁଥିବାରହ ଜଣାପଡିଛି । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକାର ର ଔଷଧ ପୁଲିସ ଜବତ କରିଛି । କାଲିମେଳା ଥାନା କେସ ନମ୍ବର ୧୩୪, ୧୩୫, ୧୩୭/୨୦୨୧ ରେ ମକୋଦମା ରୁଜୁକରି ୪୧୯/୪୨୦/୩୮୬ ଦଫାରେ ଏହି ତନିଜଣ ନକଲ ିଡାକ୍ତର ଙ୍କୁ ଗିରଫ କରି ପୁଲିସ ଆଜି କୋର୍ଟଚାଲାଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.